Home ଓଡ଼ିଶା ଗୁଜରାଟ: କଚ୍ଛରେ ମୃଦ୍ୟୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨ ମ୍ୟାଗ୍ନିଚ୍ୟୁଡ୍

ଗୁଜରାଟ: କଚ୍ଛରେ ମୃଦ୍ୟୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨ ମ୍ୟାଗ୍ନିଚ୍ୟୁଡ୍

22

ଅହମ୍ମଦାବାଦ ୮-୩ (ଓଡ଼ିଆ ପୁଅ) : ସୋମବାର ସକାଳେ ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ହୋଇଥିବା ଭୂମିକମ୍ପର ମାତ୍ରା ୩.୨ ଥିଲା। ଜିଲ୍ଲା ପ୍ରଶାସନ କହିଛି ଯେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଗାନ୍ଧିନଗର ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ଅନୁଯାୟୀ ଏହି କମ୍ପନ ସକାଳ ପ୍ରାୟ ୭.୪୨ ସମୟରେ ଅନୁଭୂତ ହୋଇଥିଲା ଏବଂ ଏହାର ଭୂକମ୍ପ କେନ୍ଦ୍ର କଚ୍ଛ ଜିଲ୍ଲାର ଉତ୍ତର-ପୂର୍ବ ଭାଗର ଦୁଧାଇ ନିକଟରେ ୧୮.୬ କିଲୋମିଟର ଗଭୀରରେ ଥିଲା। ଉଲ୍ଲେଖନୀୟଯେ, କଚ୍ଛ ଉଚ୍ଚ ବିପଦପୂର୍ଣ୍ଣ ଭୂମିକମ୍ପରେ ଶ୍ରେଣୀରେ ଆସିଥାଏ।

ସୂଚନାଯୋଗ୍ୟଯେ, ଗତ ବର୍ଷ ଡିସେମ୍ବର ୩୦ ରେ ମଧ୍ୟ କଚ୍ଛ ଜିଲ୍ଲାରେ ୪.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଥିଲା। କଚ୍ଛର ଅଧିକାଂଶ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ସୌରାଷ୍ଟ୍ର ଏବଂ ଉତ୍ତର ଗୁଜୁରାଟର କିଛି ଅଞ୍ଚଳରେ ଏହାର ସାମାନ୍ୟ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା।

ଏହାପୂର୍ବରୁ ଜାନୁଆରୀ ୨୦୦୧ ରେ କଚ୍ଛରେ ଏକ ବଡ଼ ଭୂକମ୍ପ ରେକର୍ଡ କରାଯାଇଥିଲା। ଏହି ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ଘର ନଷ୍ଟ ହୋଇଯାଇଥିଲା। ୨୬ ଜାନୁୟାରୀ ୨୦୦୧ ରେ ଘଟିଥିବା ଏହି ଭୂକମ୍ପର ମାତ୍ରା ରେକ୍ଟର ସ୍କେଲରେ ୭.୭ ବୋଲି ଆକଳନ କରାଯାଇଥିଲା। କଚ୍ଛ ଏବଂ ଭୁଜରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଦେଢ଼ଲକ୍ଷରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୂକମ୍ପରେ ପ୍ରାୟ ୪ ଲକ୍ଷ ଘର ନଷ୍ଟ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.