Home ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ପକ୍ଷରୁ କରୋନା ମୁକାବିଲା ପାଇଁ ନୋଡ଼ାଲ କମିଟି ଗଠିତ

ତିର୍ତ୍ତୋଲ ବ୍ଲକ ପକ୍ଷରୁ କରୋନା ମୁକାବିଲା ପାଇଁ ନୋଡ଼ାଲ କମିଟି ଗଠିତ

151

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କରୋନା ମୁକାବିଲା ପାଇଁ ତିର୍ତ୍ତୋଲ ବ୍ଲକ ପକ୍ଷରୁ ଏକ ନୋଡ଼ାଲ ଟିମ୍ ଗଠନ କରାଯାଇଛି। କରୋନା ଜନିତ ଲକଡ଼ାଉନ ପାଇଁ ଫସିରହିଛନ୍ତି ପ୍ରବାସୀ ଓଡ଼ିଆ। ନିଜ ଘରକୁ ଆସିବା ପାଇଁ ଚାତକ ପକ୍ଷୀ ପରି ଚାହିଁ ବସିଥିଲେ ମଧ୍ୟ ଆସି ପାରୁନାହିଁନ୍ତି। ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ପାଇଁ ତତ୍ପର ହୋଇ ପଡ଼ିଛନ୍ତି। ବିନା ପଞ୍ଜିକରଣରେ ବାହାର ରାଜ୍ୟରେ ରହୁଥିବା କୌଣସି ବ୍ୟକ୍ତି ରାଜ୍ୟକୁ ଫେରିପାରିବ ନାହିଁ। ଏବଂ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଅନଲାଇନ୍ ଓ ଅଫଲାଇନଦ୍ୱାରା ପଞ୍ଜି କରଣ କରିବାପାଇଁ ନିର୍ଦ୍ଦେଶ ଜାରି ରହିଛି। ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ନିଜ ପଞ୍ଚାୟତକୁ ଫେରି ୧୪ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କ୍ୱାରାଣ୍ଟାଇନ୍‌ରେ ରହିବପାଇଁ ବାଧ୍ୟତା ମୂଳକ କରାଯାଇଛି। ଏହି ବ୍ଲକରେ ୨୯ଟି ପଞ୍ଚାୟତ ଥିବାବେଳେ ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଅଛି। ଏହି ଶିବିରମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଲେଖାଁ ଶଯ୍ୟା ବିଶିଷ୍ଟ କରାଯାଇଥିବାବେଳେ ମୋଟ୍ ୪୩୫ଟି ଶଯ୍ୟା ସମେତ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ସ୍ୱାସ୍ଥ୍ୟ ଶିବିରରେ ମହଜୁଦ୍ ରଖାଯାଇଛି। ପ୍ରବାସୀ ଓଡ଼ିଆ ନିଜ ଘରକୁ ଆସିବାପାଇଁ ନାମ ପଞ୍ଜି କରଣ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୨୯ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତରେ ଅଧିକ ୩୫ ଟି ଲେଖାଁଏ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଏହା ସହିତ ତିର୍ତ୍ତୋଲ ୟୁନୋପଷ ଆଇଟିଆଇ ଅନୁଷ୍ଟାନରେ ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି। ଆଗାମି ଦିନରେ କ୍ୱାରାଣ୍ଟାନି କେନ୍ଦ୍ରକୁ କିଭଳି ଭାବେ ସୁଚାରୁରୂପେ ବାହାର ରାଜ୍ୟରୁ ଆସୁଥିବା ଜନସାଧାରଣମାନଙ୍କୁ ସେବା ଓ ଚିକିତ୍ସା ଯୋଗାଇବା ପାଇଁ ତିର୍ତ୍ତୋଲ ବ୍ଲକ ପକ୍ଷରୁ ଏକ ୧୦ ଜଣିଆ ନୋଡ଼ାଲ କମିଟି ଗଟନ କରାଯାଛି। ଏହି କମିଟି ପ୍ରତ୍ୟେକ କ୍ୱାରାଣ୍ଟାଇନ କେନ୍ଦ୍ରକୁ ଗ୍ରସ୍ତ କରି ତଦାରଖ କରିବେ। ଏହି ନୋଡ଼ାଲ କମିଟିରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ସୁଜାତା ପାତ୍ର, ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ହିମାଂଶୁ ଭୂଷଣ ନାୟକ, ମେଡ଼ିକାଲ ଅଫିସର, ଅତିରିକ୍ତ ତହସିଲଦାର, ବ୍ଲକ ଶିକ୍ଷାଅଧିକାରୀ, ସିଡ଼ିପିଓ ପ୍ରମୁଖ ମାନଙ୍କୁ ନେଇ ଗଠନ କରାଯାଇଥିବାବେଳେ ବ୍ଲକ ଅଧିନସ୍ଥ ରାଜସ୍ୱ ବିଭାଗ, ଗ୍ରାମୀଣ ପ୍ରନୀୟଜଳ ଯୋଗଣ ବିଭାଗ, ଅଙ୍ଗନୱାଡ଼ି, ଶିକ୍ଷା ବିଭାଗ, ଏମ୍‌ବିକେ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ମେଡ଼ିକାଲ ସମେତ ବିଭିନ୍ନ ସରକାରୀ ବିଭାଗରୁ ୨୯୦ ଜଣ ନେଇ ଏକ ପ୍ରତିନିଧି ଦଳ ଗଠନ କରାଯାଇଛି। ପ୍ରତ୍ୟେକ ପ୍ରତିନିଧି ଦଳରେ ୧୦ ଜଣ ରହିଥିବାବେଳେ ପ୍ରଥମେ ୫ ଜଣ ଅଧିକାରୀ ଆଗରେ ରହି କରୋନା ମୁକାବିଲାର କାର୍ଯ୍ୟ ତୁଲାଇବା ସହିତ ଅନ୍ୟ ୫ ଜଣ ସେମାନଙ୍କୁ ସହକାରୀଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହି ବ୍ଲକରେ ୨୯ଟି ପଞ୍ଚାୟତରେ ଅନଲାଇନ ଓ ଅଫଲାଇନ ଜରିଆରେ ୨୦୦୦ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ନାମ ପଞ୍ଜି କରଣ କରିସାରିଲେଣି। ଏବେ ଜଗତସିଂହପୁର ଜିଲ୍ଲା ବିପଦ ମୁକ୍ତ ଥିବାବେଳେ ପ୍ରବାସୀ ଓଡ଼ିଆ ଫେରନ୍ତାଙ୍କୁ ନେଇ ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ଜନସାଧାରଣମାନଙ୍କ ମଧ୍ୟରେ ଭୟ ଜାଗ୍ରତ ହୋଇଥିବା ଦେଖାଯାଉଛି। ପଞ୍ଚାୟତମାନଙ୍କରେ ନାମ ପଞ୍ଜି କରଣ ବଢ଼ିବାରେ ଲାଗିଥିବାବେଳେ ପ୍ରବାସୀ ଓଡ଼ିଆ ନିଜ ଘରକୁ ଫେରିଲେ କ୍ୱାରାଣ୍ଟାଇନ କେନ୍ଦ୍ରରେ ପଡ଼ିଥିବା ଶଯ୍ୟା ଅଭାବ ପଡ଼ିବ ବୋଲି ସରପଞ୍ଚମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.