Home ଜଗତସିଂହପୁର ଗ୍ରାମାଞ୍ଚଳରେ ସେଓ ଉତ୍ପାଦନ

ଗ୍ରାମାଞ୍ଚଳରେ ସେଓ ଉତ୍ପାଦନ

143

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ମୁଣ୍ଡିଦା ଗ୍ରାମର କମଳ କୁମାରଦାଶ ଓ ଗଗନ ବିହାରି ଦାଶ(କାଜଲ ନନା)ଙ୍କ ଦେଢ଼ ଏକର ଚାଷ ଜମିରେ ବିଭିନ୍ନ କିସମର ଫଳ ଓ ପନିପରିବା ଚାଷ କରାଯାଇଛି। ଏହି ଚାଷ ଜମିରେ ଓ ସେଓ ଚାଷ ମଧ୍ୟ କରାଯାଇଛି। ଏବେ ୩ କିସମର ଆନ୍ନା, ଗୋଲ୍ଡେନ୍ ଡ଼ଷ୍ଟାର ଓ ଏଚ୍‌ଆରଏମ-୯୯ ସେଓ ଗଛରେ ଫଳିଥିବାର ଦେଖିବାକୁ ମିଳିଛି। ଉପରୋକ୍ତ ଚାଷୀ ଶ୍ରୀଯୁକ୍ତ ଦାଶ ବିଭିନ୍ନ ସ୍ଥାନରୁ ଦାମି ଦାମି କିସମର ଚାରା ଆଣି ଏହି ଚାଷର ଜମିରେ ଚାଷ କରିଥିବା ଦେଖିବାକୁ ମିଳିଛି। ଚେମନ ଅଙ୍ଗୁର, ଥାଇଲାଣ୍ଡ ପିଙ୍କ୍ ପିଜୁଳି, ଥାଇଲାଣ୍ଡ ରେଡ଼୍ ଲେଡ଼ି ଅମ୍ବୃତଭଣ୍ଡା, ୨୫ ପ୍ରକାର ବିଭିନ୍ନ କିସମର ଆମ୍ବ, କାଜୁ, ଜାମୁଡ଼ୋଳ, ନାସପତି, ଲବଙ୍ଗ, ଡ଼ାଳିମ୍ବ ସମେତ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଇଥିବାବେଳେ ଉନ୍ନତ ମାନର ପୋଟଳ ଚାଷ କରାଯାଇଥିବା ଚାଷୀ ଶ୍ରୀଯୁକ୍ତ ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.