Home ଓଡ଼ିଶା କାଳବୈଶାଖି ବର୍ଷା ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ – ପାଣିରେ ଭାସୁଛି ମୁଗ

କାଳବୈଶାଖି ବର୍ଷା ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ – ପାଣିରେ ଭାସୁଛି ମୁଗ

178

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଥିବା ଚାଷ ଜମିରେ କାଳବୈଶାଖି ବର୍ଷା ଯୋଗୁଁ ମୁଗ ବିଲରେ ପାଣି ଜମିବା ଦ୍ୱାରା ମୁଗ ଅମଳରେ ବାଧା ସୃଷ୍ଟି ହୋଇଛି। ପ୍ରତ୍ୟେକ ବର୍ଷ ଧାନ ହେଉ କିମ୍ବା ମୁଗ ହେଉ କୌଣସି କାରଣ ବସତଃ ଫସଲ ଅମଳ ସମୟରେ ଚଷା ପୁଅ କ୍ଷତି ସହିବାକୁ ପଡ଼ିଥାଏ। ବ୍ୟାଙ୍କରୁ ଋଣ ଆଣି ଚାଷ କାର୍ଯ୍ୟରେ ଲାଗାଇଥାଏ। ଚାଷ ସୁଚାରୁରୂପେ ଅମଳ ହୋଇସାରିଲାପରେ ଏହାକୁ ବିକ୍ର କରି ବ୍ୟାଙ୍କର ଋଣ ପରିଶୋଧ କରିବା ସହିତ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାଏ। ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟରେ ଏକ ମହାମାରୀ କରୋନା ପାଇଁ ଲକଡ଼ାଉନ କରାଯାଇଥିଲା। ଯାହାଫଳରେ ଚାଷୀମାନେ ବିଳମ୍ବରେ ମୁଗ ଅମଳ କାର୍ଯ୍ୟ ଆରମ୍ଭ କରିଥିଲେ। ଠିକ୍ ଅମଳ ସୟମରେ କାଳ ବୈଶାଖି ବର୍ଷାରେ ଶୁଖିଲା ମୁଗ ଗଛ ଏବେ ପାଣିରେ ଭାସୁଛି। ଏହି ବ୍ଲକର ୨୯ଟି ପଞ୍ଚାୟତରେ ଶତାଧିକ ହେକ୍ଟର ମୁଗ ଚାଷ ଜମିରେ ବର୍ଷା ପାଣି ଜମିରହିଛି। ଆଉ କେଇଟା ଦିନପରେ ଚାଷୀ ଶୁଖିଲା ମୁଗକୁ ଖଳାକୁ ଆଣି ଅମଳ କରିବା କଥା। କାଳ ବୈଶାଖି ବର୍ଷା ଚାଷୀଙ୍କ ମେରୁ ଦଣ୍ଡ ଏବେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଚାଷୀମାନେ ବିଲରେ ବର୍ଷା ପାଣି ଥିବାରୁ ମୁଗ ଗଛକୁ ଛାଣିକରି ଆଣି ଉଚ୍ଚା ସ୍ଥାନରେ ପକାଉଛନ୍ତି। ଅନେକ ମୁଗ ଗଛର ଶୁଖିଲା ଛୁଇଁ ଫାଟି ସେହି ସ୍ଥାନରେ ଗଜା ମଧ୍ୟ ହୋଇଗଲାଣି। ଏହି ବ୍ଲକ ମଣିଜଙ୍ଗା, ନୁଆପଡ଼ା, ମୁଳିସିଂ, ପଟିଲୋ, କଟରା, କନକପୁର, ତେନ୍ତୁଲିପଦା, କୋଷ୍ଠୀ ମଲ୍ଲିକାପୁର, ତୁଳଙ୍ଗ ସେହିପରି, ଧୋୟା ଅଞ୍ଚଳର ବିଷନପୁର, କୃଷ୍ଣାନନ୍ଦପୁର, ଦାଇଁଲୋ, କନିମୂଳ, ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତର କିଛି ଗ୍ରାମ, କୋଲର, ଆମ୍ବେରୀ, ସାମନ୍ତରାପୁର ପ୍ରଭୃତି ପଞ୍ଚାୟତରେ ଥିବା ମୁଗ ଚାଷ ଜମିରେ ଏବେ ମଧ୍ୟ ପାଣି ଜମି ରହିଛି। ଚଳିତ ବର୍ଷ ମୁଗ ଅମଳର ଆଶା କିଛି ଚାଷୀ ଭୁଲିଯାଇ ଘରେ ବସିଛନ୍ତି। ଏବର୍ଷ ଚାଷୀ ବିଲରୁ ମୁଗ ବିହନ ପାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡ଼ିଛି। ପବିତ୍ର ଅକ୍ଷୟତୃତୀୟା ଠାରୁ ଅନୁକୂଳ ପାଗ ଆସିଥିବାରୁ ଚାଷୀମାନେ ବିଲରେ ଧାନ ବିହନ ବୁଣି ବର୍ଷକର ଆହାର ପାଇଁ ଚିନ୍ତା କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀ ବିଲରୁ ମୁଗ ଅମଳ କରିପାରିନାହାନ୍ତି। ଏହି ସବୁ ଅଞ୍ଚଳରେ କ୍ଷତି ଗ୍ରସ୍ତ ହୋଇଥିବା ମୁଗ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚାଷୀ ଗୋଲେଖ ନାୟକ, ଅଶୋକ ବାରିକ୍‌, ବାଇଧର ବଳ, ହରେକୃଷ୍ଣ ଖୁଣ୍ଟିଆ, ସୁରେନ୍ଦ୍ର ଖୁଣ୍ଟିଆ, ଭାନୁ ପ୍ରସାଦ ମହାନ୍ତି, ସୂର୍ଯ୍ୟନାରୟଣ ପରିଜା, ନଟବର ଖୁଣ୍ଟିଆ, ସୁବାଷ ଚନ୍ଦ୍ର ସାହୁ, ଗଗନ ଖୁଣ୍ଟିଆ, ପ୍ରଶାନ୍ତ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସନାତନ ଦଳାଇ, ବସନ୍ତ କୁମାର ମହାପାତ୍ର, ଅମୁଲ୍ୟ ମହାପାତ୍ର, ରଞ୍ଜନ ଖୁଣ୍ଟିଆ, ଦୈତାରୀ ବାରକ୍‌, ଟୁକନ ଚରଣ ସେଠୀ, ନିରଞ୍ଜନ ଜେନା, ନିଲୁ ଚରଣ ଜେନା, ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ଶତାଧିକ ଚାଷୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.