Home Top News ତିନିରଥର ଚକା ଡେରା ନୀତି ସମ୍ପନ୍ନ

ତିନିରଥର ଚକା ଡେରା ନୀତି ସମ୍ପନ୍ନ

57

ପୁରୀ ୨୨-୫ (ଓଡ଼ିଆ ପୁଅ) ଆଜି ପବିତ୍ର ଭଉଁରୀ ତିଥିରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି। ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଅଛି।

ଅପର ପକ୍ଷରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପରମ୍ପରା ଅନୁଯାୟୀ ଭଉଁରି ତିଥିରେ ତିନିରଥର ତିନୋଟି ଅଖରେ ୬ଗୋଟି ଚକ ଡେରାଯାଇଥାଏ। ଏଥିପାଇଁ ରଥଖଳାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ତିନିରଥର ୪୨ ଚକ ମଧ୍ୟରୁ ୧୮ଚକ ନିର୍ମାଣ କରାଯାଇଛି। ତୁମ୍ବ ଗୁଡିକରେ ଲୁହାବଳା ଏବଂ ପନ୍ଦାରୀ ଲଗାଯିବା ସହ ଅର ଏବଂ ପହି ସଂଯୋଗ କରାଯାଉଛି। ମହାରଣା ସେବକ ମୁହାଣ୍ଟ ଓ ଭୂଇଁଚଉତା ଆରମ୍ଭ କରିଛନ୍ତି। ରୂପକାର ସେବକମାନେ ଗୁଜରେ ନୃସିଂହ ମୂର୍ତ୍ତି ଏବଂ ସିଂହବିରାଳ ଖୋଦେଇ କରୁଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବଳା, ଅରକଣ୍ଟା, ପନ୍ଦାରି ଏବଂ ପନ୍ଦାରି ଚାବି ନିର୍ମାଣ କରୁଛନ୍ତି। ଭଉଁରିଯାତ୍ରା ପରେ ନିର୍ମାଣ କାର୍ଯ୍ୟ ଅଧୂକ ତ୍ବରାନ୍ବିତ ହେବ। ଅବଶିଷ୍ଟ ଚକ ନିର୍ମାଣ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.