Home ଜିଲ୍ଲା ପରିକ୍ରମା ଧାମନଗର ଉପନିର୍ବାଚନ, ରାଜ୍ୟସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶେଷ, ଆଜି ବି ପ୍ରାର୍ଥୀପତ୍ର ଦାଖଲ ଶୂନ୍‌

ଧାମନଗର ଉପନିର୍ବାଚନ, ରାଜ୍ୟସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶେଷ, ଆଜି ବି ପ୍ରାର୍ଥୀପତ୍ର ଦାଖଲ ଶୂନ୍‌

15

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଗତକାଲି ଠାରୁ ଆରମ୍ଭ କରାଯାଇଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଆଜି ଶେଷ ହୋଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପୂର୍ବର୍ାହ୍ନ ଅଧିବେଶନରେ ସେକ୍ଟର ଅଫିସର, ବିଭିନ୍ନ ସ୍କ୍ୱାଡ଼୍ ଦାୟିତ୍ୱରେ ଅଧିକାରୀ ଓ ନିର୍ବଚାନ ମଣ୍ଡଳୀ ସଂପୃକ୍ତ ବି.ଡ଼ି.ଓ., ତହସିଲଦାରମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଜାତୀୟସ୍ତରର ପ୍ରଶିକ୍ଷକ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଦୃଶ୍ୟ ଶ୍ରାବ୍ୟ ଫଳକ ଜରିଆରେ ବିଶେଷ କରି ମତଦାନ କାର୍ଯ୍ୟ ପରିଚାଳନା ନେଇ ସେକ୍ଟର ଅଫିସରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ବନ୍ଧରେ ବିସ୍ତାର ଭାବେ ବୁଝାଇଥିଲେ। ବୁଥ୍ ଗୁଡ଼ିକର ସର୍ବନିମ୍ନ ମୌଳିକ ସୁବିଧା ଉପଲବଧ ନେଇ ତଦନ୍ତ କରିବା, ବୁଥକୁ ରାସ୍ତା ସୁବିଧା ସମ୍ବନ୍ଧରେ ପ୍ରଶାସନକୁ ସୂଚନା ଦେବା, ମତଦାନ ପୂର୍ବରୁ ପୋଲିଂ ପାର୍ଟି ନିରାପଦରେ ବୁଥରେ ପହଞ୍ôଚବା, ଅବସ୍ଥାନ କରିବା, ମତଦାନ ଦିନ ବୁଥ୍ ର ସୁବିଧା ଅସୁବିଧା ଉପରେ ନିଜର ରଖି ତତ୍‌କାଳ ପଦକ୍ଷେପ ନେବା, ମତଦାନ ପରେ ପୋଲିଂ ଦଳ, ଇଭିଏମ୍ ଆଦି ନିରାପଦରେ ସଦରମହକୁମାରେ ପହଞ୍ôଚବା ଆଦି ଦିଗରେ ସେକ୍ଟର ଅଫିସରମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା।

ନିର୍ବାଚନ ବ୍ୟୟ ପରିଚାଳନା, ଆଦର୍ଶ ଆଚରଣ ବିଧି ର କାର୍ଯ୍ୟକାରୀତା, ଆଇନ୍ ଶୃଙ୍ଖଳା ନେଇ ପୋଲିସ୍ ବ୍ୟବସ୍ଥା ଆଦି ଦିଗରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ସୂଚନା ଯୋଗ୍ୟକି ଏହି ଉପନିର୍ବାଚନରେ ଅବତୀର୍ଣ୍ଣ ପ୍ରାର୍ଥୀମାନେ ନିବାର୍ଚନୀ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହିସାବ ପ୍ରଦାନ ପୂର୍ବକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏହି ପ୍ରଶିକ୍ଷଣରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଅପରାହ୍ନ ଅଧିବେଶନରେ ସେକ୍ଟର ଅଫିସର ମାନଙ୍କ ସହ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଦିନିକିଆ ପ୍ରଶିକ୍ଷଣ ର ବ୍ୟାବହାରିକ ଦିଗ ନେଇ ଆଲୋଚନା ପ୍ରଶ୍ନୋତ୍ତର ଓ ଇଭିଏମ୍ ଭିଭିପାଟ୍ ବ୍ୟବହାର କୌଶଳ ଅଭ୍ୟାସ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ତାଲିମ ନେଇଥିବା ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ପୋଲିଂ କର୍ମଚାରୀମାନଙ୍କୁ ଆସନ୍ତା ୧୪, ୨୨ ଓ ୨୮ ତାରିଖରେ ତାଲିମ ପ୍ରଦାନ କରାଯିବା ନେଇ ଜିଲ୍ଲାପ୍ରଶାସନ ଦ୍ୱାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.