Home ଜିଲ୍ଲା ପରିକ୍ରମା କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ

36

ପୁରୀ ୧୧-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ। ଗତ ୨୦୧୫ ମସିହାରୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି। ବିଶେଷକରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନିକ କୋଠଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ପରେ ଗତ ୨୦୧୫ ମସିହା ଠାରୁ କାର୍ତ୍ତିକ ମାସର କୋଠଭୋଗ ପାଇଁ ଦାନ ସୁତ୍ରରେ ନଡ଼ିଆ ଯୋଗାଇ ଦିଆଯାଉଛି ଗତ ଆଠବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଃଶ୍ଵରଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ। ଗତ ବର୍ଷ ବର୍ଷ ୮୦୦ ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା ବେଳେ ଚଳିତଥର ୧୨୫୦ ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ନାମ ସଂକୀର୍ତ୍ତନ କରି ଆଜି ଶ୍ରୀମନ୍ଦିରକୁ ପଠାଯାଇଛି। ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ପାଇ ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.