Home କେନ୍ଦୁଝର ଡାକ୍ତରଙ୍କ ମନମାନିରେ ଚାଲିଛି ଓରାଳି ଆର୍ୟୁବେଦ ଡାକ୍ତରଖାନା

ଡାକ୍ତରଙ୍କ ମନମାନିରେ ଚାଲିଛି ଓରାଳି ଆର୍ୟୁବେଦ ଡାକ୍ତରଖାନା

88

ହାଟଡିହି, ୮ । ୭ : ହାଟଡିହି ବ୍ଲକ ଓରାଳି ଆୟୁବେଦିକ ଡାକ୍ତରଖାନାରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଠାରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀଙ୍କ ଦ୍ୱାରା ଡାକ୍ତରଖାନାଟି ଚାଲିଥିବାବେଳେ ଡାକ୍ତର ଜଣକ ମନଇଛା ଆସୁଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ୮ଟାବେଳେ ଡାକ୍ତରଖାନା ଖୋଲିବାର ନିୟମ ଥିଲେବି ଡାକ୍ତର ଜଣକ ମନଇଛା ଆସୁଥିବାରୁ କେତେବେଳେ ୧୦ଟା ତ ଆଉ କେତେବେଳେ ୧୧ଟାରେ ଡାକ୍ତରଖାନାଟି ଖୋଲୁଛି ଓ ୧୨ଟାରେ ବନ୍ଦ ହୋଇଯାଉଛି । ଡାକ୍ତର ଜଣକ ଏଠାକୁ ନଆସି ତରତରାରେ ଏକ ଘରୋଇ କ୍ଲିନିକରେ ବସି ରୋଗୀ ଦେଖୁଥିବା ଶୁଣିବାକୁ ମିଳିଛି । ଏହାକୁନେଇ ରୋଗୀ ମାନଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏନେଇ ପଦକ୍ଷେପ ନେବାକୁ ଓରାଳି ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦାବି ହୋଇଛି ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.