Home କେନ୍ଦୁଝର ସୋସୋ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ ଡାଲି ମିଳିବ କେବେ

ସୋସୋ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ ଡାଲି ମିଳିବ କେବେ

163

ହାଟଡ଼ିହି, ୮। ୭ : କେନ୍ଦ୍ର ସରକାର କୋଭିଡ -୧୯ ପାଇଁ ସହାୟତା ସ୍ୱରୁପ ପ୍ରତି ହିତାଧିକାରୀଙ୍କ ପାଇଁ ୫କିଲୋ ଚାଉଳ ଓ ପରିବାର ପିଛା ମାସକୁ ଏକକିଲୋ ଡାଲି ଯୋଗାଇ ଦେଇଥିବାବେଳେ ହାଟଡିହି ବ୍ଲକ ସୋସୋ ଏବଂ ପଞ୍ଚୁଗୋଛିଆ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଡାଲି ବଣ୍ଟନ ହୋଇପାରିନି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଆଖପାଖ ପଞ୍ଚାୟତ ମାନଙ୍କରେ ଆଜକୁ ୧୫/୨୦ଦିନ ହେଲା ଡାଲି ବଣ୍ଟନ ସରିଥିବାବେଳେ ଏହି ପଞ୍ଚାୟତ ମାନଙ୍କୁ କାହିଁକି ଡାଲି ଯୋଗାଇ ଦିଆଯାଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଚଳିତମାସ ଠାରୁ ଆସନ୍ତା ନଭେମ୍ବର ମାସ ପର୍ଯନ୍ତ ଦ୍ୱିତୀୟ ପର୍ଯ୍ୟାୟ ଡାଲି ଓ ଚାଉଳ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିସାରିଥିଲେବି ଏଠାରେ ଏପ୍ରିଲ ମାସଠାରୁ ଜୁନ ମାସ ପର୍ଯ୍ୟନ୍ତ ବଣ୍ଟାଯିବାକୁ ଥିବା ଚାଉଳ ବଣ୍ଟନ ହୋଇପାରିଲାନି। ଏହି ପଞ୍ଚାୟତ ଗୁଡିକ ପାଇଁ ଯୋଗାଣ ବିଭାଗର ବୈମାତୃକ ମନୋଭାବ କାହିଁକି ବୋଲି ଖାଉଟିମାନେ ପ୍ରଶ୍ନ କରିଛନ୍ତି। ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନି ବୋଲି ପଞ୍ଚାୟତବାସୀ ମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସୋସୋ ଓ ପଞ୍ଚୁଗୋଛିଆ ପଞ୍ଚାୟତବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.