Home କେନ୍ଦୁଝର ଠକାମିର ଶୀକାର ହୋଇଥିବା ବିଇଡି ଛାତ୍ରଛାତ୍ରୀ ଟଙ୍କା ଫେରସ୍ତ ପାଇଲେନି

ଠକାମିର ଶୀକାର ହୋଇଥିବା ବିଇଡି ଛାତ୍ରଛାତ୍ରୀ ଟଙ୍କା ଫେରସ୍ତ ପାଇଲେନି

46

ହାଟଡ଼ିହି, ୧୬ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ବି.ଆଇ.ଟି କେନ୍ଦୁଝରରେ ବିଇଡି ଶିକ୍ଷାଲାଭ ପାଇଁ ଟଙ୍କା ଦେଇ ଠକାମୀର ଶୀକାର ହୋଇଥିବା ଛାତ୍ରଛାତ୍ରୀ ମାନେ ଆଜିପର୍ଯ୍ୟନ୍ତ ସେମାନଙ୍କ ଟଙ୍କା ଫେରସ୍ତ ପାଇଲେନି ବୋଲି ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକ ଚୋରଗଡିଆ ଗ୍ରାମର ପ୍ରଫୁଲ କୁମାର ସାହୁ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ସ୍ତ୍ରୀ ବିଶେଶ୍ୱରୀ ସାହୁଙ୍କର ବିଇଡି ଶିକ୍ଷାଲାଭ କରିବାପାଇଁ ବିବେକାନନ୍ଦ ଇନଷ୍ଟିଚୁଏସନ ଅଫ ଟେକ୍ନୋଲୋଜିରେ ୭୦ହଜାର ଟଙ୍କା ଦେଇ ୨୦୧୫ ମସିହାରେ ଆଡମିସନ କରିଥିଲେ । ସେତେବେଳେ ତାହାର ପରିଚାଳକ ବହୁତ ପ୍ରକାର ପ୍ରଲୋଭନ ଦେଖାଇ ଜିଲ୍ଲାର ଶତାଧିକ ଛାତ୍ରଚାତ୍ରୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏକ ଠକସଂସ୍ଥା ବୋଲି ଜଣାପଡିଥିଲା । ଏହା ଜାଣିବାପରେ ସମସ୍ତ ଛାତ୍ରଛାତ୍ରୀ ମାନେ ଟଙ୍କା ଫେରସ୍ତ ପାଇଁ ଲାଗି ପଡିଥିଲେ । ଏନେଇ ୨୦୧୯ରେ ପ୍ରଫୁଲ କୁମାର ସାହୁ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିବାପରେ ଥାନା ଅଧିକାରୀ ସଂପୃକ୍ତ ସଂସ୍ଥାର ମାଲିକଙ୍କୁ ଥାନାକୁ ଡକାଇ ଏହାର ସମାଧାନ ପାଇଁ କହିବାପରେ ମାଲିକ ଜଣକ ୨୦୧୯ ସେପ୍ଟେମ୍ବରରେ ସମସ୍ତ ଟଙ୍କା ଫେରସ୍ତ କରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ୧୯ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କଲେନାହିଁ । ଏନେଇ ପ୍ରଫୁଲ ବାରମ୍ବାର ସଦର ଥାନାକୁ ଦୌଡୁଥିଲେ ମଧ୍ୟ କୌଣସି ଅଧିକାରୀ ଧରାଛୁଆଁ ନଦେବାରୁ ବାଧ୍ୟହୋଇ ଗତ ୧୯/୦୩/୨୦୨୦ରେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ପ୍ରକାଶ କରିଛନ୍ତି । ଗୋଟିଏ ଠକ ସଂସ୍ଥା ବିରୁଦ୍ଧରେ ଅଭିଯୋଗ ପରେବି କାହିଁକି ପୁଲିସ କୌଣସି ପଦକ୍ଷେପ ନେଉନାହିଁ ସେ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବାସହ ବାଧ୍ୟହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.