ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ଥାନା ଅଧିନ ବରକୋଣା ଗ୍ରାମର ସରୋଜ କୁମାର ସ୍ୱାଇଁଙ୍କ ଘର ଆଗରେ ଥିବା ଓଡି-୨୨-ପି- ୬୫୫୨ ଟ୍ରାକ୍ଟର ବ୍ୟାଟେରୀ ଚୋରି ଅଭିଯୋଗରେ ପୋଲିସ୍ ୫ ଜର୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସବୁଦିନ ପରି ସରୋଜ ସ୍ୱାଇଁଁଙ୍କ ଟ୍ରାକ୍ଟର ଗୃହ ସମ୍ମୁଖରେ ଥିବା ବେଳେ ଦୃବୁତ ମାନେ ବ୍ୟାଟେରୀ ଖୋଲି ନେଇଥିଲେ । ଏନେଇ ସନ୍ଦେହ ହେବାରୁ ସୋମବାର ୩ ଜଣ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ଲୋକ କାବୁ କରି ବନ୍ତ ପୋଲିସର ଜିମା ଦେଇଥିଲେ । ପୋଲିସ୍ ଅଧିକ ତଦନ୍ତ ଚଲାଇଥିବା ବେଳେ ଚୋରିରେ ସଂପୃକ୍ତ ଆପଣ୍ଡା ଗ୍ରାମର ଅଶୋକ କୁମାର ଦାସ, ବରକୋଣା ଗ୍ରାମର ଚନ୍ଦ୍ରକାନ୍ତ ଜେନା, କଟିଣା ଗ୍ରାମର ହିମାଂଶୁ ପ୍ରଧାନ, ନନ୍ଦୀପଦା ଥାନା ଜଗନ୍ନାଥପୁର ଗ୍ରାମର କ୍ଷିତିଶ ଚନ୍ଦ୍ର ସୁଆର, କ୍ଷେତୁଆଳୀ ଗ୍ରାମର ଅର୍ନ୍ତଯ୍ୟାମୀ ବିଶ୍ୱାଳଙ୍କ ଠାରୁ ଚୋରି ହୋଇଥିବା ୨ ଟି ବ୍ୟାଟେରୀ ଏବଂ ବ୍ୟବହୃତ ବାଇକକୁ ଜବଦ କରାଯାଇଛି । ଚୋରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।








