ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟକ୍ତିର ମୃତ୍ୟୁ ହୁଏ ମାତ୍ର ପୁସ୍ତକର ମୃତ୍ୟୁ ନାହିଁ। ଉଚ୍ଚମାନର ତଥା ଉତମ ପୁସ୍ତକ, ଯେପରି ଅନ୍ତରଙ୍ଗ ଓ ଭଲ ବନ୍ଧୁ ପରି ସାଥିରେ ରହିଥାଏ ସେପରି ବ୍ୟକ୍ତିର ବ୍ୟକ୍ତିତ୍ୱ ତଥା ଚରିତ୍ର ନିର୍ମାଣ କରେ ବୋଲି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ , ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଆୟୋଜିତ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା -୨୦୨୬ ମହୋତ୍ସବକୁ ଉଦଘାଟିତ କରି ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକର ଉପାଦେୟତା ଉପରେ ଆଲୋକପାତ କରିଥିଲେ।। ଭେଷଜ ବିଶେଷଜ୍ଞ ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା ମୁଖ୍ୟ ବକ୍ତା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ମିଶ୍ର ବିଶେଷ ଅତିଥି, ସମାଜ ସେବୀ ରୋଟାରିୟାନ ଶିଶିର କୁମାର ମିଶ୍ର, ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା, ନାଟ୍ୟକାର ,କବି ତଥା କଥାକାର ନାଟ୍ୟଶ୍ରୀ ଡ. ନିର୍ମଳ ରାଉତ, ମନମୋହନ ସଂଗୀତ ପରିଷଦ, ଭଦ୍ରକ ସମ୍ପାଦକ ତଥା କଣ୍ଠଶିଳ୍ପୀ ରାମନାରାୟଣ ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବା ବେଳେ ମହୋତ୍ସବ ଓ ପୁସ୍ତକ ମେଳାର ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ଓ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସଂଗଠନ ସମ୍ପାଦକ ନାରାୟଣ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କବି କୈଳାସ ଚନ୍ଦ୍ର ପାଣିଗ୍ରାହୀ ବେଦପାଠ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଡ.ଜାନକୀ ପାଢ଼ୀ ଓ ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ, କବୟିତ୍ରୀ ତଥା ଶିକ୍ଷୟିତ୍ରୀ ମନୋରମା ରାୟ , କବୟିତ୍ରୀ ସଂଯୁକ୍ତା ବଳ ନାୟକ , କବୟିତ୍ରୀ ଚୈତାଳି ଖିଲାର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଓ ସଂଯୁକ୍ତା ଯାଦବ ପ୍ରମୁଖ ଓଡ଼ିଶା ଜାତୀୟ ସଂଗୀତ ପରିବେଷଣ କରିଥିଲେ। ଉକ୍ତ ସଂଗଠନର ସହ ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଓଡ଼ିଶା ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା, ଭୂମିକନ୍ୟା ମହିଳା ସଂଗଠନ ସମ୍ପାଦିକା ଦମୟନ୍ତୀ ରାଉତ, ଆଡଭୋକେଟ୍ ଅଞ୍ଜୁବାଳା ରାଉତ ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ, ଡ୍ରିମସ୍ ଇଣ୍ଡିଆ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ତଥା ମୟୂର ଡ୍ୟାନ୍ସ ଗ୍ରୁପର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନଭେମ୍ବର ୦୨ରୁ ୧୨ପର୍ଯ୍ୟନ୍ତ ୧୧ଦିନ ଧରି ଅନୁଷ୍ଠିତ ଉକ୍ତ ସାରସ୍ୱତ ଓ ସାଂସ୍କୃତିକ ସମାବେଶରେ ଓଡ଼ିଶା ସଂସ୍କୃତି ବିଭାଗ ଓ ଭଦ୍ରକ ଜିଲ୍ଲାର ବହୁ କଳାକାର ଓ ପୁସ୍ତକ ପ୍ରକାଶକ ଅଂଶଗ୍ରହଣ କରିବେ ବୋଲି ଟ୍ରଷ୍ଟର ସମ୍ପାଦକ ପ୍ରକାଶ କରିଛନ୍ତି।








