Home ଜିଲ୍ଲା ପରିକ୍ରମା ଟ୍ରକ୍‌କୁ ଧକ୍କା ଦେଲା ସ୍କୋର୍ପିଓ, ଦୁଇ ମୃତ, ଜଣେ ଗୁରୁତର

ଟ୍ରକ୍‌କୁ ଧକ୍କା ଦେଲା ସ୍କୋର୍ପିଓ, ଦୁଇ ମୃତ, ଜଣେ ଗୁରୁତର

34

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ସ୍କୋର୍ପିଓ ଟ୍ରକ୍ ପଛରେ ପିଟିହେବାରୁ ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ମୃତ ଯାତ୍ରୀ ପଶ୍ଚିମବଙ୍ଗ ଅଂଚଳର ହୋଇଥିଲେ ହେଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ ଭୁବନେଶ୍ୱର ଆଡୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ ସ୍କୋର୍ପିଓ ଗାଡି ଏକ ଟ୍ରକ୍‌କୁ ପଛଆଡୁ ଧକ୍କା ଦେଇଥିଲା । ସ୍କୋର୍ପିଓରେ ଥିବା ୩ ଜଣ ଯାତ୍ରୀଙ୍କୁ ପୁଲିସ୍ ଉଦ୍ଧାର କରି ଭଦ୍ରକ ଜିଲା ମେଡିକାଲକୁ ପଠାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଗୁରୁତର ଜଣକ କଥା କହିପାରୁନଥିବାରୁ ମୃତକ ଓ ଗୁରୁତରଙ୍କ ଠିକଣା ଓ ନାମ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ସମସ୍ତେ ପଶ୍ଚିମବଙ୍ଗ ଅଂଚଳର ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.