Home ଓଡ଼ିଶା ଟେବୁଲ୍ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଇବା ବିରୋଧରେ ଥାନାରେ ଅଭିଯୋଗ

ଟେବୁଲ୍ ଉପରେ ବସି ଜୋତା ପିନ୍ଧି ମହାପ୍ରସାଦ ଖାଇବା ବିରୋଧରେ ଥାନାରେ ଅଭିଯୋଗ

162

ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ହୋଇଥିବା ଅସ୍ଥାୟୀ ସେଡ୍‌ରେ ଟେବୁଲ୍ ଉପରେ ବସି ଜୋତା ଓ ଚପଲ ପିନ୍ଧି ମହାପ୍ରସାଦ ଖାଇବା ଘଟଣାରେ ଶ୍ରୀ ଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଗତ ୧ ତାରିଖ ପହିଲି କାର୍ତ୍ତିକ ଦିନ କିଛି ଭକ୍ତ ଉକ୍ତ ଉତ୍ତର ଏବଂ ଦକ୍ଷିଣ ଦ୍ୱାରରେ ହୋଇଥିବା ଅସ୍ଥାୟୀ ସେଡ୍‌ରେ ଟେବୁଲ୍ ଉପରେ ବସି ଜୋତା ଓ ଚପଲ ପିନ୍ଧି ଖାଉଥିବା ଫୋଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହା ମହାପ୍ରସାଦର ପବିତ୍ରତା ପ୍ରତି ଅବମାନନା ସହ ଶାସ୍ତ୍ରୀୟ ପରମ୍ପରା ବିରୋଧୀ। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କୁ ଏହି କାର୍ଯ୍ୟରେ ସହାୟତା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟ ଆନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଅଭିଯୋଗ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.