Home କେନ୍ଦୁଝର କେନ୍ଦୁଝର ମାଟିଲଗ୍ନା ସାହିତ୍ୟ ସଂସଦରେ ଉନ୍ମୋଚନ ହେଲା ‘ମୋ ପୃଥିବୀ’ ଓ ‘ମାଟିଲଗ୍ନା’ ବିଶେଷାଙ୍କ

କେନ୍ଦୁଝର ମାଟିଲଗ୍ନା ସାହିତ୍ୟ ସଂସଦରେ ଉନ୍ମୋଚନ ହେଲା ‘ମୋ ପୃଥିବୀ’ ଓ ‘ମାଟିଲଗ୍ନା’ ବିଶେଷାଙ୍କ

102

କେନ୍ଦୁଝର, ୫ ନଭେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମାଟିଲଗ୍ନା’ ରାଜ୍ୟର ଏକ ଆଗ ଧାଡିର ସାହିତ୍ୟ ସଂସଦ ହୋଇଥିବା ବେଳେ ଏଠାରେ ଉନ୍ମୋଚିତ ହୋଇଛି କବିତା ସଂକଳନ ‘ମୋ ପୃଥିବୀ’। ମୋ ପୃଥିବୀ’ ର ଲେଖକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସାଦ ଆଚାର୍ଯ୍ୟ। ଶାରଦା ପ୍ରସାଦ ଆଚାର୍ଯ୍ୟ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇଥିବା ବେଳେ ସେ ବର୍ତମାନ ଯୋଡା ରେ ଅବସ୍ଥାନ କରୁଛନ୍ତି। ଶାରଦା ଜଣ ଉଚ୍ଚ କୋଟିର କବି ହୋଇଥିବା ବେଳେ ତାଙ୍କର ଅନେକ କବିତା ପ୍ରକାଶ ପାଇଛି। ଏବଂ ଉନ୍ମୋଚିତ ମୋ ପୃଥିବୀ’ କବିତା ସଂକଳନଟି ବିଭନ୍ନ ମହଲରୁ ବେଶ ପ୍ରଶଂସା ସାଉଁଟି ଥିବା ବେଳେ ପାଠକ ମହଲରେ ମଧ୍ୟ ବେଶ ଆଦୃତ ହୋଇଛି। ଏଥି ସହ ସାହିତ୍ୟ ସଂସଦର ସ୍ମରଣିକା ର ପ୍ରଥମ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଛି। ଉତ୍ସବଟିଏକ ସୁନ୍ଦର ପରିବେଶ ମଧ୍ୟରେ ଶାବର କ୍ଷେତ୍ର କୋରାପୁଟ ର ଅତିଥି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ବର୍ତମାନର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଠାରେ ସମସ୍ତ ବିଧି ବ୍ୟବସ୍ଥାକୁ ଅନୁଶରଣ କରାଯାଇଥିଲା। ଏହି ଅବସର ରେ ଆୟୋଜିତ ଉତ୍ସବରେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ କିଶୋର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଦାଧର ପରିଡା, ସମ୍ମାନିତ ଅତିଥି ଭାବେ ଜଳଧର ପରିଡା, ସରେଜ କୁମାର ପରିଡା ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଲକ୍ଷ୍‌ମୀକାନ୍ତ ପରିଡା, ସାହିତ୍ୟକୁ ନେଇ ଖୁସି ରହିବାର କଳା ଶିଖାଇଥିଲେ। ପ୍ରାରମ୍ଭରେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତି ରେ ମାଲ୍ୟର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। କବିୟତ୍ରୀ ଶୋଭାଗିନୀ ନନ୍ଦ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଇତ୍ୟବସରରେ ମାଲ୍ୟାଣୀ ସାହିତ୍ୟ ପତ୍ରିକା ସୁବର୍ଣ୍ଣଜୟନ୍ତୀ ଉପଲକ୍ଷେ ସାତ ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କବି ଗୌର ସାହୁ, କବିୟତ୍ରୀ ତପସ୍ୱନୀ ସାହୁ, କବି ସୀମାଚଂଳ ପଣ୍ଡାଙ୍କ ସଂଯୋଜନାରେ ସ୍ୱରଚିତ କବିତା ଆସର ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରାୟ ୨୫ ଜଣ କବି ଅଂଶ ଗ୍ରହଣ କରିଥିଲେ। ଶେଷରେ କବି ସମରେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ଗ୍ରହଣ କରାଯାଇଥିବା ଏତଦୃଶ୍ୟ କାର୍ଯ୍ୟକ୍ରମ କୁ ରାଜ୍ୟର ବିଭିନ୍ନ ମହଲରୁ ବେଶ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.