Home କଳାହାଣ୍ଡି ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ,ତଦନ୍ତ ଜାରୀ 

ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ,ତଦନ୍ତ ଜାରୀ 

37

କଳାହାଣ୍ଡି,- ୦୮.୦୫.୨୦୨୧ ( ଓଡିଆପୁଅ) ଜୁନାଗଡ ସହରସ୍ଥିତ କଲମପୁର ଛକ ନିକଟରେଥିବା ସୁନାଗହଣା ଲୁଟ ଘଟଣାରେ ସଂପୃକ୍ତ ଲୁଟେରା ଗ୍ରୁପ ମଧ୍ୟରୁ ଜଣକୁ ଜୁନାଗଡ ଥାନା ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।
ଘଟଣାରୁ ପ୍ରକାଶ ଯେ, ଗତ ୧୦.୦୩.୨୦୨୧ ସକାଳୁ କଲମପୁର ଛକ ନିକଟସ୍ଥ କାଂଚନ ଜୁଏଲଏରୀ ଦୋକାନ ମାଲିକ ରଂଜନ କୁମାର ସାହୁ ସବୁଦିନପରି ଏକ ବେଗରେ ୨୫୦ ଗ୍ରାମ ସୁନା ଓ ୩ କି.ଗ୍ରା. ରୂପା ଗହଣା ରଖି ଦୋକାନ ସଟର ଖୋଲିବା ସମୟରେ ଅଜ୍ଞାତ ଚୋର ହଠାତ ଆସି ଉକ୍ତ ବେଗ ସହ ଗହଣା ଉଠାଇ ନେଇ ଚମ୍ପଟ ମାରିଥିଲେ । ଏ ସଂପର୍କରେ ରଂଜନଙ୍‌କ ଏତାଲ ଭିତିରେ ଜୁନାଗଡ ଥାନା କେଶ ନଂ. ୬୮/୨୦୨୧ ଆଇପିସି ୩୭୯/୩୪ ଧାରାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ନୋକଟସ୍ଥ ଦୋକାନ ଗୁଡିକର ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀ ବୟାନ ଆଧାରରେ ଜୁନାଗଡ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା ।
ଉକ୍ତ କେଶରେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକେଲାପଲି ଗ୍ରାମର ଦାଶ ସୁରେଶ (୩୫) ପିତା- ଦାଶ ମାଧବ କୁ ଗିରଫ କରାଯାଇ ୭୨ ଗ୍ରାମ ସୁନା ଗହଣା ଓ ୮୦୦ ଗ୍ରାମ ରୂପା ଗହଣା ଜବତ କରାଯାଇଥିବା ଥାନାଧିକାରୀଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ଉତମ କୁମାର ସାହୁଙ୍କ ତତ୍ୱାବଧାନରେ ଏସଆଇ କୃଷ୍ନ ଚନ୍ଦ୍ର ସ୍ୱାଇଁ ଘଟଣାର ତଦନ୍ତ କରୁଥିବା ପ୍ରକାଶ । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରିରହିଥିବା ଗଣମାଧ୍ୟମକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.