Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୨୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୨୨ଜଣ କରୋନା ପଜିଟିଭ ଚିହ୍ନଟ

33

କୋରାପୁଟ ୦୮-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ଶନିବାର ଦିନ ୪୮ଜଣ ମହିଳାଙ୍କ ସମେତ  ୧୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।  ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ଓ ଜୟପୁର ପୌରାଂଚଳରୁ  ୧୭ ଜଣ  ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ସୁନାବେଡା ପୈାରାଂଚଳରୁ ୧୪ ଏବଂ କୋଟପାଡ ଏନଏସିରୁ  ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବନ୍ଧୁଗାଁ  ବ୍ଲକରୁ ୭,ବୈପାରିଗୁଡା ବ୍ଲକରୁ ୭,ବୋରିଗୁମ୍ମା ବ୍ଲକରୁ ୪,ଦଶମନ୍ତପୁର ବ୍ଲକରୁ ୬,ଜୟପୁର ବ୍ଲକରୁ ୫  ଓ କୋରାପୁଟ ବ୍ଲକରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୭,କୁନ୍ଦୁରା ବ୍ଲକରୁ ୧୦,ଲମତାପୁଟ ବ୍ଲକରୁ ୬,ଲକ୍ଷ୍ମୀପୁର ବ୍ଲକରୁ ୫,ନନ୍ଦପୁର ବ୍ଲକରୁ ୨,ନାରାୟଣପାଟଣା ବ୍ଲକରୁ ୧ ଏବଂ ସେମିଲିଗୁଡା  ବ୍ଲକରୁ  ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୭  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୩୭  ହଜାର ୧୧୨  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ  ତରଫରୁ ସୂଚନା  ଦିଆଯାଇଛି । ସେହିପରି ମଇ ୮ ସୁଦ୍ଧା ଜିଲାର ମୋଟ ୯୮୫୪ ଆକ୍ରାନ୍ତଙ୍କ ଭିତରୁ  ୮୬୫୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୧୭୯ ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ  ପକ୍ଷରୁ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.