Home ଜିଲ୍ଲା ପରିକ୍ରମା ଜିଲ୍ଲା ଯୋଜନା କମିଟି ବୈଠକ ଯୋଜନା କାର୍ଯ୍ୟକାରୀ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ

ଜିଲ୍ଲା ଯୋଜନା କମିଟି ବୈଠକ ଯୋଜନା କାର୍ଯ୍ୟକାରୀ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ

28

ବାଲେଶ୍ୱର, ୧୫-୨(ଓଡ଼ିଆ ପୁଅ/ଅଭୟ ଦାସ): ଜିଲା ଯୋଜନା କମିଟିର ବୈଠକ ଜିଲା ପରିଷଦ ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲା ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ବୈଠକ ପ୍ରାରମ୍ଭରେ ଜିଲା ଯୋଜନା କମିଟିକୁ ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲା ପରିଷଦ ସଦସ୍ୟ/ସଦସ୍ୟାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା। ପରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଜିଲାର ବିଭିନ୍ନ୍ନ ଅଞ୍ଚଳରେ ଖର୍ଚ୍ଚ ପାଇଁ ୨୫ଟି ବିଭାଗ ପକ୍ଷରୁ ପ୍ରାୟ ୨୦୦୧କୋଟି ଟଙ୍କାର ଯୋଜନା ଅଟକଳ ପ୍ରସ୍ତୁତ ହୋଇଥିବା ନେଇ ବୈଠକରେ ସୂଚନା ଦିଆଯିବା ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଏବଂ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜଳେଶ୍ୱର ବିଧାୟକ ପ୍ରତିନିଧି ମାନସ ଜେନା, ରେମୁଣା ବିଧାୟକ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ବିଶ୍ୱାଳ, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହ୍ରୁଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସଦସ୍ୟ-ସଦସ୍ୟା, ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ର ଲାଗି ପ୍ରସ୍ତୁତ ହୋଇଥିବା ଯୋଜନାର ଅଟକଳ ଏବଂ ବିଗତ ବର୍ଷମାନଙ୍କରେ ହୋଇଥିବା ଅନୁଦାନ ଖର୍ଚ୍ଚ ସମ୍ପର୍କରେ ଆଲୋଚନା କରିଥିଲେ। କମିଟି ଅଧ୍ୟକ୍ଷ ତଥା ମାନ୍ୟବର ଭୋଗରାଇ ବିଧାୟକ ଅନନ୍ତ ଦାସ ଯୋଜନାର ସଫଳ ରୂପାୟନ ପୂର୍ବକ ଜିଲ୍ଲାକୁ ପ୍ରଗତିର ଶୀର୍ଷରେ ପହଂଚାଇବାକୁ ଆହ୍ୱାନ ଦେଇଥିଲେ। ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାକୁ କାର୍ଯ୍ୟକାରୀ କରାଯିବା ଏବଂ ପାଣ୍ଠିର ସଫଳ ବିନିଯୋଗ ସହ ସମୟାନୁସାରେ ବିନିଯୋଗ ପ୍ରମାଣପତ୍ର ଦାଖଲ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ ଉପରେ ମତପ୍ରକାଶ ପାଇଥିଲା। ବିଶେଷ କରି ମତ୍ସ୍ୟ ଚାଷ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ରାସ୍ତା ଓ ଗୃହ ନିର୍ମାଣ, କୃଷି କ୍ଷେତ୍ରରେ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ଚାଷୀ ମାନଙ୍କ ନିକଟରେ ପହଂଚାଇବା, ସର୍ବ ଶିକ୍ଷା ଅଭିଯାନର କାର୍ଯ୍ୟକାରିତା, ସମବାୟ, ପଶୁପାଳନ, ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଧାର୍ଯ୍ୟ ସମୟରେ ପ୍ରୋତ୍ସାହନ ରାଶି ପ୍ରଦାନ, ସାଂସଦ ଏବଂ ବିଧାୟକ ପାଣ୍ଠିର ସୁବିନିଯୋଗ, ଜିଲ୍ଲାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତକରଣ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଂଚାଇବା, ହସ୍ତତନ୍ତ ଏବଂ କ୍ଷୁଦ୍ର ଶିଳ୍ପର ବିକାଶ, ପାନୀୟ ଜଳ ଯୋଗାଣ, ସମାଜ ମଙ୍ଗଳ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଉପ-ନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ)ସବ୍ୟସାଚୀ ଦତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡିଅ।।ରଡିଏ ପିଡି ଶ୍ରୀ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.