Home କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଭବନରେ ସଦଭାବନା ଦିବସ ପାଳିତ

ଜିଲ୍ଲା କଂଗ୍ରେସ ଭବନରେ ସଦଭାବନା ଦିବସ ପାଳିତ

19

କେନ୍ଦ୍ରାପଡ଼ା, ୨୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ ତଥା ସଦଭାବନା ଦିବସ ଶନିବାର ପାଳିତ ହୋଇଯାଇଛି। ପ୍ରାରମ୍ଭରେ କଂଗ୍ରେସ ଭବନ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କଂଗ୍ରେସ ଭବନ ସଭାଗୃହରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ଉପସ୍ଥିତ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରି ନିଜର ଅଭିଭାଷଣରେ ସ୍ୱର୍ଗତ ସ୍ୱର୍ଗତ ଗାନ୍ଧୀଙ୍କର ଭାରତବର୍ଷ ପାଇଁ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଇନଫରମେସନ ଟେକ୍ନୋଲୋଜି କାର୍ଯ୍ୟକ୍ରମକୁ ଭାରତବର୍ଷରେ କାର୍ଯ୍ୟକ୍ଷମ କରାଇଥିବାରୁ ଅର୍ଥନୈତିକ, ସାମାଜିକ ବ୍ୟବସ୍ଥାର ଅଗ୍ରଗତି ପଥରେ ଆଜି ଦେଶ ସର୍ବାର୍ଗ୍ରେ ରହିଛି। ଯୁବ ସମାଜକୁ ବେକାରୀରୁ ବଞ୍ଚିତ କରାଇବା, ୧୮ବର୍ଷର ଯୁବକ, ଯୁବତୀମାନଙ୍କୁ ଭୋଟଦାନରେ ସାମିଲ କରାଇବା ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ତୃଣମୂଳ ସ୍ତରର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ସୁବନ୍ଦୋବସ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ମୁକ୍ତାର ଖାଁ, ରାଜମୋହନ ସ୍ୱାଇଁ, କମଳାକାନ୍ତ ବେହେରା, ସର୍ବେଶ୍ୱର ସେଠୀ, ସଂଜୀବ ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.