Home ଓଡ଼ିଶା ଜୀବନ ଜୀବିକା ଦୋଛକିରେ କମାର ପରିବାର

ଜୀବନ ଜୀବିକା ଦୋଛକିରେ କମାର ପରିବାର

62

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୧୦/୧୧-  ରାଜ ରାଜୁଡା ଶାସନ ସମୟରେ ରାଜା ମାନେ କୃଷି ଓ କୃଷକ ର ଉନ୍ନତି ପାଇଁ କମାର ଜାତିର ଲୋକ ମାନଙ୍କୁ ଆଣି ନିଜ ରାଜ୍ୟ ରେ ଅବସ୍ଥାପିତ କରିଥାନ୍ତି ।  ସେମାନେ ଗାଁଁ ଗାଁ ରେ କମାରଶାଳ ମାନ ତିଆରି କରି କୃଷକ ଓ କୃଷିକ୍ଷେତ୍ର ର ଆବଶ୍ୟକତା ଅନୁଯାଇ କୃଷୀ ଉପକରଣ ମାନ ତିଆରି କରିଥାନ୍ତି । ଏହା ସହିତ ରାଜା ମାନଙ୍କର ପାରମ୍ପରିକ ଯୁଦ୍ଧାସ୍ତ୍ର ନିର୍ମାଣ କରି ଯୋଗାଇଥାନ୍ତି । ସେମାନଙ୍କୁ ଜାଗିର୍ ଜମି ପ୍ରଦାନ କରିଥାନ୍ତି । କିନ୍ତୁ ଆଧୁନିକ କୃଷୀ କାର୍ଯ୍ୟ ପାଇଁ ଆଧୁନିକ ଯନ୍ତ୍ର ର ବ୍ୟବହାର ଯୋଗୁଁ କମାର ଶାଳ ଗୁଡିକ ବନ୍ଦ ହେବାକୁ ବସିଲାଣୀ । ଜୀବନ ବଂଚାଇବା ପାଇଁ ସେମାନଙ୍କ ଜୀବିକା ଏବେ ବିପନ୍ନ । ଆଧୁନିକ କୃଷୀ କାର୍ଯ୍ୟ ରେ ବିନିଯୁକ୍ତ ସାମଗ୍ରୀ ନିର୍ମାଣ ପାଇଁ ଉପଯୁକ୍ତ ତାଲିମ୍ ଓ ଆର୍ôଥକ ଅବସ୍ଥା ବାଧକ ସାଜିଛି ।

ରଣପୁର  କମାର ସାହି ଠାରୁ ଆରମ୍‌ଭ କରି କୋଇଲମା ପର୍ଯ୍ୟନ୍ତ  ଥିବା କମାର ମାନେ ସେମାନଙ୍କ କୈାଳିକ ବୃତ୍ତି କରି ଆଉ ପେଟପୋଷି ପାରୁନାହାଁନ୍ତି । ଓଳିଏ ଖାଇଲେ  ଆଉ ଓଳିଏ ଉପାସ ରହିବାକୁ ପଡୁଛି । ପିଲା ମାନଙ୍କୁ ଶିକ୍ଷା ଦେବା ପାଇଁ ଅର୍ଥର ଅଭାବ । କୋଇଲମା ଗ୍ରାମ ର ଯୁବ  କମାର ସାଧୁ ଚରଣ ମହାରଣା କୁହନ୍ତି ପାରମ୍ପରିକ ପେଷା ଆମର । ତେଣୁ ଆଧୁନିକ କୃଷୀ ସାମଗ୍ରୀ ନିର୍ମାଣ କରିବା ପାଇଁ ସରକାର ଙ୍କ ତରଫରୁ ଉପଯୁକ୍ତ ତାଲିମ୍ ଦେବାର ଆବଶ୍ୟକତା ରହିଛି ।  ଏଥି ସହ ସରକାରୀ ଆର୍ôଥକ ସହାୟତା ସହ ବିଭିନ୍ନ ବ୍ୟାଙ୍କ ମାଧ୍ୟମ ରେ  ଋଣ ର ବ୍ୟବସ୍ଥା କରାଇଲେ କମାର ମାନଙ୍କ ଜୀବନ ଜୀବିକା ରକ୍ଷା ହୋଇ ପାରିବ । ସରକାରୀ ସହାୟତା ଆଶା ରେ  କମାର ପରିବାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.