Home ଓଡ଼ିଶା ଜିଲ୍ଲାରେ ଲକ ଡାଉନ ପନିପରିବା ,ମାଛ ମାଂସ ଦୋକାନ ଗୁଡିକରେ ଭିଡ ନକରିବା ପାଇଁ ପୁଲିସର...

ଜିଲ୍ଲାରେ ଲକ ଡାଉନ ପନିପରିବା ,ମାଛ ମାଂସ ଦୋକାନ ଗୁଡିକରେ ଭିଡ ନକରିବା ପାଇଁ ପୁଲିସର ତାଗିଦ,ବଜାରରୁ ଅଳୁ ଉଭାନ

187

ମାଲକାନଗିରି,୨୫ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୂତାଣୁ ମହାମାରୀ ରୂପନେଇଛି, ଏହାକୁ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟ ଓ ଜିଲ୍ଲାଗୁଡିକରେ ଲକ ଡାଉନ ଘୋଷଣା କରାଯାଇଛି ।ଏହାକୁ ପ୍ରତିହତ କରିବାକୁ ହେଲେ ସଂଘରୋଧକୁ ମୂଳ ମନ୍ତ୍ରଭାବେ ଗ୍ରହଣ କରିବା ପାଇଁ ପନିପରିବା,ମାଛ ମାଂସ ଦୋକାନ ଗୁଡିକରେ ଜନଗହଳି ନକିରବା ପାଇଁ ମାଲକାନଗିରି ପୁଲିସ ପକ୍ଷରୁ ଜନସାଧରଣ ଙ୍କୁ ତାଗିଦ କରିବା ସହ ବ୍ୟାପକ ଜନସଚେତନତା ଜାରିରଖିଛନ୍ତି । କରୋନା ଭୟରେ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ଦୈନିକ ଗାନ୍ଧି ମାର୍କେଟ,ଡିଏନକେ ମାଛ ମାର୍କେଟ ରେ ଅଳ୍ପସଂଖ୍ୟକ ବେପାରୀ ବସିଥିବା ବେଳେ ଗ୍ରାହକ ମାନଙ୍କ ଭିଡ ହୋଇଯାଇଥିଲା,ଏହି ଭିଡକୁ ରୋକିବା ପାଇଁ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦ୍ଦେଶ କ୍ରମେ ସବଇନିସପେକ୍ଟର ସୁନିଲ କୁମାର ସ୍ୱାଇଁ ପୁଲିସ ସଦଳବଳ ପହଁଚି ଏକ ମିଟର ଲେଖା ଦୂରତା ରକ୍ଷାକରିବା ସହିତ ଗହଳି ନକିବା ପାଇଁ ବୁଝାଇଥିଲେ । ଠିକ ସେହିପରି ଦୌନିକ ପରିବା ବଜାରରେ ମଧ୍ୟ ଗ୍ରାହକ ମାନଙ୍କ ଭିଡ ଲାଗି ଯାଇଥିବାରୁ ସେମାନଙ୍କୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଜନଗହଳି ନକିବା ପାଇଁ ବୁଝାଇ ଥିଲେ । ପରିବା ମାର୍କେଟରେ ପନିପରିବା ଥିବା ବେଳେ ଗତ କାଲି ଠାରୁ ମାଲକାନଗିରି ବାଜର ରୁ ଆଳୁଉଭାନ ହୋଇ ଯାଇଛି । କିଛି ଆଳୁ ହୋଲସେଲ ବ୍ୟବସାୟୀ ଆଳୁ କଳାବଜାର କରୁଥିବାର ଖବର ପାଇ ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କ ଗୋଦାମ ଜାଚଂ କରିଥିବାର ଜଣାପଡିଛି । ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଥିବାରୁ କଲିକାତା,ଆନ୍ଦ୍ର ରେ ଗାଡି ଚଳାଚଳ ବନ୍ଦ ହେବାରୁ ମାଲକାନଗିରି ଜିଲ୍ଲାକୁ ଆଳୁ ଆସିପାରୁନାହିଁ,ବ୍ୟବସାୟୀଙ୍କ ନିକଟରେ ଥିବା ଆଳୁ ଗୁଡିକ ବିକ୍ରୀହୋଇଗଲା ପରେ ଆଜି ବଜାରରେ ପରିବା ଓ ତେଜରାତୀ ଦୋକାନରେ ଆଳୁନଥିବାର ଦେଖିବାକୁ ମିଳିଥିଲା ।ବାହାର ରାଜ୍ୟରୁ ଆଳୁ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ କିଭଳି ମାଲକାନଗିରି ଜିଲ୍ଲାକୁ ଆସିପାରିବ ଚେଷ୍ଟା କରିବା ପାଇଁ ବ୍ୟବସାୟୀ ମାନେ ଜିଲ୍ଲାପ୍ରଶାସନ ନିକଟରେ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.