Home ଜିଲ୍ଲା ପରିକ୍ରମା କରୋନା ଲକ୍‌ଡାଉନ୍ ସୁଯୋଗରେ ଚଢାଦରରେ ବିକ୍ରି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ

କରୋନା ଲକ୍‌ଡାଉନ୍ ସୁଯୋଗରେ ଚଢାଦରରେ ବିକ୍ରି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ

293

ଯାଜପୁର୨୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସର କବଳରୁ ମୁକ୍ତି ପାଇଁ ସମଗ୍ର ଦେଶ ଓ ରାଜ୍ୟରେ ଲକ୍‌ଡାଉନ୍ କରାଯାଇ ଔଷଧ ଦୋକାନ ଗୁଡିକ ସବୁବେଳେ ଖୋଲା ରହିବାକୁ ଥିବା ବେଳେ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୭ ଘଟିକାରୁ ୯ ଘଟିକା ଓ ଅପରାହ୍ନ ୩ ଘଟିକାରୁ ୫ ଘଟିକା ମଧ୍ୟରେ ଉପଲବ୍ଧ ହେବ ।  ଏହି ସମୟ ବାଦ ଯିଏ ବାହାରେ ବୁଲିବ ତା’ ବିରୁଦ୍ଧରେ ବିପର‌୍ୟ୍ୟୟ ପ୍ରଶମନ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟ ସରକାର  ଜିଲ୍ଲା ର ସମସ୍ତ ବରିଷ୍ଠ ଅଧିକାରୀ ମାନେ ପ୍ରତ୍ୟେକ ବ୍ଳ୍‌କ ଅଞ୍ଚଳ ବୁଲିବା ସହ ପରିସ୍ଥିତିର ଅନୁଧ୍ୟାନ କରୁଚ୍ଥନ୍ତି ।  କେଉଁଠାରେ ମଧ୍ୟ ଆଇନ ଉଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇ ଦେବା ସହ ଜିଲ୍ଲା ର ପ୍ରତ୍ୟେକଟି ନାଗରିକ ତାହାର ଦାୟିତ୍ୱ ନିର୍ବାହ କରି ଘରେ ରହିବାକୁ ଓ ଅନ୍ୟ କିଏ ବାହାରେ ବୁଲୁଥିଲେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେବାକୁ ଅନୁରୋଧ କରିଚ୍ଥନ୍ତି । ରାଜ୍ୟରେ ଏହାର ସୁଯୋଗରେ କେତେବ ଅସାଧୁ ବ୍ୟବସାୟୀନେ ଚଢାଦରରେ ଆଳୁ ,ପିଆଜ ଓ ଅନାନ୍ୟ ନିତ୍ୟାବଶକ ସାମଗ୍ରିକୁ ଚଢାଦରରେ ବିକ୍ରି କରି ସାଧାରଣ ଜନତାଙ୍କୁ ଲୁଟ୍ କରିବା ଯାଜପୁର ଜିଲ୍ଲା ବୈତରଣୀ ରୋଡ ବଜାରରେ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏମାନଙ୍କ ବିରୁଦ୍ଧରେ ଆଗାମି ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସାଧାରଣ ଖଉଟି ମାନେ ଆନ୍ଦୋଳନ କରିବେ ବୋଲି ଆଜି ଚେତାବନି ଦେଇଛନ୍ତି । ସୁଚନାଯୋଗ୍ୟ-କେନ୍ଦ୍ର ସରକାର ଦେଶର ୮୦ କୋଟି ଲୋକଙ୍କୁ ଶସ୍ତା ଦରରେ ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇ ଆଜି କରୋନା ଭାଇରସର ସ୍ଥିତି ଉପରେ ଆଲୋଚନା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର କିଲୋ ପିଛା ୨୭ ଟଙ୍କା ମୂଲ୍ୟର ଗହମକୁ ୮୦ କୋଟି ଲୋକଙ୍କୁ ମାତ୍ର ୨ ଟଙ୍କା ପ୍ରତି କିଲୋ ଦରରେ ଓ ୩୭ ଟଙ୍କା ପ୍ରତି କିଲୋ ମୂଲ୍ୟର ଚାଉଳକୁ ୩ ଟଙ୍କା ପ୍ରତି କିଲୋ ଦରରେ ମୁଣ୍ଡ ପିଛା ୭ କେଜି ଗହମ ଓ ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରମାନଙ୍କୁ ଆଗାମୀ ତିନି ମାସ ପାଇଁ ଅଗ୍ରୀମ ସାମଗ୍ରୀ କିଣି ରଖିବାକୁ କୁହାଯାଇଛି । ଜାଭଡ଼େକର କହିଛନ୍ତି ଯେ ସରକାର ପି.ଡି.ଏସ୍‌. ମାଧ୍ୟମରେ ଦେଶର ୮୦ କୋଟି ଲୋକଙ୍କୁ ସାହାଯ୍ୟ କରିବେ । ‘‘କୌଣସି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟର ଅଭାବ ରହିବ ନାହିଁ । ରାଜ୍ୟ ସରକାରମାନେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଲକଡାଉନର ଆବଶ୍ୟକତା ରହିଛି । ତିନି ମାସର ରାସନ ଦିଆଯିବ । ତେଣୁ ଲୋକଙ୍କୁ ଜରୁରୀ ଜିନିଷ ମିଳି ଚାଲିବ । ଗୁଜବରୁ ଦୂରେଇ ରହିବା ଆବଶ୍ୟକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.