Home ଜିଲ୍ଲା ପରିକ୍ରମା ଜିଲ୍ଲାରେ କରୋନା କଟକଣା ଜାରି,ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ୨୬ହଜାର୨ଶହ ଟଙ୍କା ଜରିମାନା ଆଦାୟ

ଜିଲ୍ଲାରେ କରୋନା କଟକଣା ଜାରି,ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ୨୬ହଜାର୨ଶହ ଟଙ୍କା ଜରିମାନା ଆଦାୟ

53

ମାଲକାନଗିରି,୨୭ା୨(ଓଡିଆ ପୁଅ ) ପୁଣି କରୋନା ସଂକ୍ରମଣ ଲେଉଟିଥିବାରୁ ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷାକରିବା ନିୟମ ଓ କରୋନା କଟକଣା କୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଜୋର ଦାର କରାଯାଇଛି । ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ସୁବାଷ ବୋଷ ଛକ ଠାରେ ଜିଲ୍ଲାପ୍ରସାଶନ ଓ ପୁଲିସ ପ୍ରଶାସନ ପକ୍ଷରୁ ତହସିଲଦାର ଡ. ଗୁଣନିଧି ନାୟକ,ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଓ ଅନ୍ୟାନ ଅଧିକାରୀ ମାନେ ମୁଖ୍ୟରାସ୍ତରେ ଜଗି ରହି ମାସ୍କ ପିନ୍ଧିନଥିବା ଅମାନିଆ ମାନଙ୍କ ଠାରୁ ଜରିମାନା ଆଦାୟକରିଛନ୍ତି । ମାତ୍ର ଘଟାଂଏ ମଧ୍ୟରେ ୩୩ଜଣ ଅମାନିଆ ଙ୍କ ଠାରୁ ୬,୨୦୦ଟଙ୍କା ଜରିମାନା ଆଦାୟ କରାଯାଇ କରୋନା କଟକଣାର ନିୟମ ସଂପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ଜନସଚେତନତା ସୃଷ୍ଟି କରାଯାଇଛି । ଠିକ ସେହିପରି ଗତକାଲି କଲେଜଛକ ଅନ୍ୟାନ ଛକ ଠାରେ ପୌରପରିଷଦ ଓ ପୁଲିସ ପକ୍ଷରୁ ଚଢଉ କରାଯାଇ ମାସ୍କ ବ୍ୟବରାହର କରିନଥିବା ବ୍ୟକ୍ତମାନଙ୍କ ଠାରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଆଜି ସନ୍ଧ୍ୟାରେ ଜିଲ୍ଲାସଦର ମହକୁମା ଠାରେ ଥିବା ଦୋକାନ ବଜାର ଗୁଡିକୁ ଯାଇ ତହସିଲଦାର ଓ ଥାନା ଅଧିକାରୀମାନେ ସାମଜାକି ଦୂରତା ଅବଲମ୍ବନ କରିବା ଓ ମାସ୍କ ବ୍ୟବହାର କରିବା ଆଦି କୋଭିଡ ନାୟମ ପାଳନ କରିବାପାଇଁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ତହସିଲ,ବ୍ଲକ ଅଚଂଳରେ ଡାକବାଜୀ ଯନ୍ତ୍ର ଦ୍ୱାରା କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମୁହଁରେ ମାସ୍କଲଗାଇବା,ସାମାଜିକ ଦୂରତା ଅବଲମ୍ବଲନ କରିବା ଗହଳି ଭିଡକୁ ନ ଯିବା ଆଦି ଜନସଚେତନତା ସହ କରୋନା କଟକଣା ଜାରି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.