Home Top News ନିର୍ବାଚନ ପୂର୍ବରୁ ଆସାମରେ ବିଜେପିକୁ ଝଟକା: BPF ଏନଡିଏରୁ ଅଲଗା ହୋଇ କଂଗ୍ରେସ ସହିତ ମିଳାଇଲା...

ନିର୍ବାଚନ ପୂର୍ବରୁ ଆସାମରେ ବିଜେପିକୁ ଝଟକା: BPF ଏନଡିଏରୁ ଅଲଗା ହୋଇ କଂଗ୍ରେସ ସହିତ ମିଳାଇଲା ହାତ

107

ନୂଆ ଦିଲ୍ଲୀ ୨୭-୨ (ଓଡ଼ିଆ ପୁଅ) ନିର୍ବାଚନ ପୂର୍ବରୁ ଆସାମରେ ବିଜେପିକୁ ଲାଗିଛି ଝଟକା। BPF ଅର୍ଥାତ୍ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ଏନଡିଏରୁ ଅଲଗା ହୋଇ କଂଗ୍ରେସ ସହିତ ମିଳାଇଛି। ଦଳର ସଭାପତି ହାଗ୍ରାମା ମୋହିଲାରୀ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତିଯେ, ଆମେ ବିଜେପି ସହ ବନ୍ଧୁତା ଏବଂ ମେଣ୍ଟ କରିପାରିବୁ ନାହିଁ। ସେ ପୁନଃ କହିଛନ୍ତି, ଶାନ୍ତି, ଏକତା ଏବଂ ବିକାଶ ସହ ରାଜ୍ୟରେ ସ୍ଥିର ସରକାର ଯୋଗାଇବା ପାଇଁ ବିପିଏଫ କଂଗ୍ରେସ ନେତୃତ୍ୱାଧୀନ ମିଳିତ ମଞ୍ଚ ସହ ଯିବାକୁ ନିଷ୍ପତ୍ତି ନେଇଛି। ହେଗ୍ରାମା ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଉଲ୍ଲେଖନୀୟଯେ, ଏହି ସମୟରେ ଆସାମରେ କଂଗ୍ରେସ CAA କୁ ଏକ ବଡ଼ ପ୍ରସଙ୍ଗ କରିଛି। ପାର୍ଟି କର୍ମୀମାନେ CAA ବିରୋଧରେ ଏକ ବଡ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟରେ ତାରିଖ ଘୋଷଣା କରିବାର ଗୋଟିଏ ଦିନ ପରେ ଆସାମରେ ବିଜେପିକୁ ଏହିପରି ଏକ ବଡ଼ ଧରଣର ଧକ୍କା ଲାଗିଛି।

ସୂଚନାଯୋଗ୍ୟଯେ, ଉତ୍ତର ପୂର୍ବର ବୃହତ୍ତମ ରାଜ୍ୟ ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ମାର୍ଚ୍ଚ ୨୭ ରେ ରାଜ୍ୟର ୪୭ ଟି ସିଟ୍ ପାଇଁ ଅନୁଷ୍ଠିତ ହେବ। ୩୯ ଟି ସିଟ୍ ପାଇଁ ଏପ୍ରିଲ୍ ୧ ରେ ଏବଂ ୪୦ ଟି ସିଟ୍ ପାଇଁ ଏପ୍ରିଲ୍ ୬ ରେ ଭୋଟ୍ ଗ୍ରହଣ କରାଯିବ। ରାଜ୍ୟସଭାରେ ମୋଟ ୧୨୬ ଟି ଆସନ ରହିଛି। ଫଳାଫଳ ୨ ମଇରେ ଆସିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.