Home ଓଡ଼ିଶା ଦୁଇ ଗୁରୁତର ମହିଳା ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଚାଂଇଲେ ଜୟ ମାଲକାନଗିରି ଯୁବ ସଂଗଠନର...

ଦୁଇ ଗୁରୁତର ମହିଳା ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଚାଂଇଲେ ଜୟ ମାଲକାନଗିରି ଯୁବ ସଂଗଠନର ସଦସ୍ୟ

38

ମାଲକାନଗିରି,୨୭ା୨(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲରେ କାଲିମେଳା ବ୍ଲକସ୍ଥ ତେଲରାଇ ଗ୍ରାମର ଦେବେ ପଡିଆମି ନାମକ ଜଣେ ଗରିବ ଆଦିବାସୀ ମହିଳା ଓ ପଦ୍ମଗିରି ଗ୍ରାମର ଜୟନ୍ତୀ ମଣ୍ଡଳ ନାମକ ଜଣେ ଗରିବ ମହିଳା ଗରୁତର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଚାଂଇଛନ୍ତି ଜୟ ମାଲକାନଗିରି ଯୁବସଂଗଠନର ଦୁଇ ସଦସ୍ୟ । ଗତ କିଛିଦିନହେଲା କାଲିମେଳା ବ୍ଲକସ୍ଥ ତେଲରାଇ ଗ୍ରାମର ଦେବେ ପଡିଆମି ନାମକ ଜଣେ ଆଦିବାସୀ ମହିଳା ମାଲାକନଗିରି ହସପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କର ଅପରେସନ ପାଇଁ ଆଜି ରକ୍ତନେବାର ଜରୁରୀ ଆବଶ୍ୟକ ପଡିଥିଲା, ରକ୍ତ ଭଣ୍ଡାରରେ ଏ ପଜିଟିଭ ଗୃପ ରକ୍ତର ଅଭାବଥିବାରୁ ବାହରୁ ରକ୍ତ ଯୋଗାଡକରିବା ପାଇଁ ଡାକ୍ତରଖାନା କର୍ତୁପକ୍ଷ କହିଥିଲେ । ଏତେ ଶିଘ୍ର କେଉଁ ଠାରୁ ରକ୍ତ ଯୋଗାଡ କରିବେ ସେନେଇ ଚିନ୍ତିତ ହୋଇପଡିଥିଲେ ମହିଳାଙ୍କ ପରିବାର । ଏ ଖବର ଜୟମାଲକାନଗିରି ଗୃପ ଯୁବ ସଂଗଠନର ମୁଖ୍ୟ ରବିରାଜେସ ଜାଣିବା ପରେ ସେ ମହିଳାଙ୍କୁ ରକ୍ତ ଦେବାପାଇଁ ରକ୍ତଦାତାଙ୍କୁ ଖୋଜିଥିଲେ । ଭାଗ୍ୟକୁ ଜୟ ମାଲକାନଗରି ଯୁବସଂଗଠନ ସଦସ୍ୟ ରିକ୍ଲାମେସନ କଲୋନିର ହିମାଶୁଂ ପାତ୍ର ରକ୍ତଦାନ କରିବେ ବୋଲି ଆଗେଇ ଆସିଥିଲେ । ଆଜି ସନ୍ଧ୍ୟାରେ ଜିଲ୍ଲାରକ୍ତଭାଣ୍ଡାର ରେ ହିମାଶୁଂ ରକ୍ତଦେଇଛନ୍ତି । ଠିକ ସେହିପରି ଗତକାଲି ସନ୍ଧ୍ୟାରେ ପଦ୍ମଗିରି ଗ୍ରାମର ମନମଥ ମଣ୍ଡଳଙ୍କ ପତ୍ନୀ ଜୟନ୍ତୀ ମଣ୍ଡଳ ଙ୍କ ଅପରେସନ ପାଇଁ ରକ୍ତର ଆବଶ୍ୟକତା ପଡିଥିଲା,ରକ୍ତ ଭଣ୍ଡାରରେ ଆବଶ୍ୟକପରିମାଣର ରକ୍ତ ନଥିବାରୁ ତାଙ୍କୁ ଜୟ ମାଲକାନଗିରି ଯୁବସଂଗଠନର ଶ୍ରୀନୁ ଭୁମିୟା ରକ୍ତଦାନ କରିବାରୁ ତାଙ୍କର ଅପରେସନ ହୋଇପାରିଛି । ଜୟ ମାଲକାନଗିରି ଯୁବସଂଗଠନର ଦୁଇ ଯୁବକ ଗରିବ ମହିଳାଙ୍କୁ ରକ୍ତଦାନ କରି ଜୀବନ ବଚାଂଇ ପାରିଥିବାରୁ ରକ୍ତଦାତା ଦୁଇ ଯୁବକଙ୍କୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ସମୟରେ ରକ୍ତଭାଣ୍ଡାରରେ ରକ୍ତର ଅଭାବ ରହିଲେ ରୋଗୀଙ୍କୁ ରକ୍ତର ଆବଶକତା ପଡିଲେ ଜୟ ମାଲକାନଗିରି ଯୁବସଂଗଠନର ସଦସ୍ୟ ମାନେ ସେହି ରୋଗୀ ମାନଙ୍କୁ ରକ୍ତଦାନକରି ପ୍ରଶଂସାର ପାତ୍ର ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.