Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ କରୋନା ଯୋଦ୍ଧା ସମ୍ମାନ

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ କରୋନା ଯୋଦ୍ଧା ସମ୍ମାନ

25

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଆନୁକୂଲ୍ୟରେ ପୁରୀ ଓ ଭୁବନେଶ୍ୱରର କିଟ୍ ଓ କିସ୍ ଜଗନ୍ନାଥ ମନ୍ଦିର କମିଟି ଏବଂ ପାଟସେବା ସଂସ୍ଥା ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ପଣ୍ଡାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ମହାମାରୀ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ଅଧିକାରୀମାନଙ୍କ ନିରନ୍ତର ପ୍ରୟାସ, ନିଃସ୍ୱାର୍ଥ ଜନସେବା ପାଇଁ ଅଧିକାରୀମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୁଲରୀ ପାଟ, ମହାପ୍ରସାଦ, ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନ ଫଳକ ପ୍ରଦାନ କରାଯାଇ ସେମାନଙ୍କୁ ନିଜ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ଦଇତାପତି ପଣ୍ଡିତ ରାମଚନ୍ଦ୍ର ପ୍ରଧାନୀ ଦେବବର୍ମା, ପାଟସେବା ସଂସ୍ଥାର ସଭାପତି ଦୁର୍ଯ୍ୟୋଧନ ସାହୁ, ରାମଚନ୍ଦ୍ର ପ୍ରଧାନ, ଡ. ରୀତା ସାହୁ, ତନୁଜା ପାତ୍ରଙ୍କ ସମେତ ପ୍ରଚାର ସମିତିର ମୁଖ୍ୟ ପରଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା, ଆବାହକ ସେବକ ଶରତ କୁମାର ସାହୁ, ପ୍ରଶାନ୍ତ କୁମାର ଦେ, ପଦ୍ମଲୋଚନ ମହାପାତ୍ର, ସନେଇ ଶିଅଳ, ନାରାୟଣ ଚନ୍ଦ୍ର ପ୍ରଧାନ, କାହ୍ନୁ ଚରଣ ଦାସ, ବିଜୟ କୁମାର ବାରିକ, ବାବୁଲାଲ ଦାସ, ସୁଧାକର ଧନୀ, ତପସ୍ୱିନୀ ପାଢୀ ପ୍ରମୁଖ ବହୁ ସେବକ ଯୋଗଦାନ କରି ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.