Home ଆନ୍ତର୍ଜାତୀୟ ବିରାଟ କୋହଲୀ ବନାଇଲେ ୱାର୍ଲ୍ଡ ରେକର୍ଡ

ବିରାଟ କୋହଲୀ ବନାଇଲେ ୱାର୍ଲ୍ଡ ରେକର୍ଡ

901

ପୁଣେ ୧୦-୧ (ଓଡ଼ିଆ ପୁଅ) ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ପାଇଁ ଶୁକ୍ରବାର ପୁଣେରେ ଶ୍ରୀଲଙ୍କାର ବିରୁଦ୍ଧରେ ତୃତୀୟ ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚ୍ ସ୍ମରଣୀୟ ହୋଇ ରହିବ। ବିରାଟ ଅଧିନାୟକ ଭାବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୧ ହଜାର ରନ ପୂରା କରିଥିବା ଭାରତର ଦ୍ୱିତୀୟ ଏବଂ ବିଶ୍ୱର ଷଷ୍ଠ ଅଧିନାୟକ ହୋଇପାରିଛନ୍ତି।

ବିରାଟ କୋହଲୀ ଏହା ସହିତ ୱାର୍ଲ୍ଡ ରେକର୍ଡ଼ ବନାଇଛନ୍ତି। ସେ ସବୁଠାରୁ ଅଧିକ ବେଗରେ ଏହା ହାସଲ କରି ପାରିଥିବା ଅଧିନାୟକ ବନିପାରିଛନ୍ତି। ସେ ୧୯୬ଟି ଇନିଙ୍ଗ୍ସରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ଏହା ରିକୀ ପଏଣ୍ଟିଙ୍ଗଙ୍କ ନାମରେ ଥିଲା। ସେ ୨୫୨ ଇନିଙ୍ଗ୍ସରେ ଏହା ହାସଲ କରିଥିଲେ। ଦ. ଆଫ୍ରିକାର ଗ୍ରୀମ ସ୍ମିଥ ୨୬୫ ଇନିଙ୍ଗ୍ସରେ ଏହି ଗ୍ରୁପରେ ସାମିଲ ହୋଇଥିଲେ।

ବିରାଟ କୋହଲୀଙ୍କୁ ଏହି ଉପଲବ୍ଧି ହାସଲ କରିବା ପାଇଁ ମାତ୍ର ୧ ରନର ଆବଶ୍ୟକତା ଥିଲା। ସେ ଏହି ମ୍ୟାଚ୍ ରେ ପ୍ରଥମ ଇଣ୍ଟରନ୍ୟାସନାଲ କ୍ରିକେଟରେ ଅଧିନାୟକ ଭାବରେ ୧୬୮ ମ୍ୟାଚରେ ୧୯୫ଟି ଇନିଙ୍ଗ୍ସ ୬୭ ର ହାରରେ ୧୦୯୯୯ ରନ ବନାଇ ସାରିଥିଲେ। ସେ ଏଥିରେ ୪୧ଟି ଶତକ ଏବଂ ୪୦ଟି ଅର୍ଦ୍ଧଶତକ ଲଗାଇଥିଲେ। ବିରାଟ ପୁଣେ ମ୍ୟାଚ୍ ରେ ଶ୍ରୀଲଙ୍କାର ଲକ୍ଷଣ ସଂଦକନଙ୍କର ବଲ୍ ରେ ୧ ରନ ବନାଇ ନିଜର ଖାତା ଖୋଲିଥିଲେ ଏବଂ ଅଧିନାୟକ ଭାବରେ ଏହି ବିଶେଷ ଗ୍ରୁପରେ ପ୍ରବେଶ କରିଛନ୍ତି।

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିନାୟକ ଭାବେ ପ୍ରଦର୍ଶନ

ଅଧିନାୟକ ଭାବେ ଦାୟିତ୍ବ ଗ୍ରହଣ କରି ଅଧିକାଂଶ ଖେଳାଳିଙ୍କର ପ୍ରଦର୍ଶନ ପ୍ରଭାବିତ ହୋଇଥାଏ କିନ୍ତୁ ବିରାଟଙ୍କର ମାମଲାରେ ଏମିତି ହୋଇନାହିଁ। ଅଧିନାୟକ ପଦ ସମ୍ଭାଳିବା ସହିତ ତାଙ୍କର ପ୍ରଦର୍ଶନରେ ସୁଧାର ଆସିଛି। ସେ ଅଧିନାୟକ ଭାବରେ ୫୩ଟି ଟେଷ୍ଟ ମ୍ୟାଚରେ ୬୩.୮୦ ହାରରେ ୫୧୦୪ ରନ ବନାଇଛନ୍ତି। ୮୩ ଇଣ୍ଟରନ୍ୟାସନାଲ ୱାନଡେରେ ୭୭.୬୦ ହାରରେ ୪୮୮୯ ରନ ବନାଇଛନ୍ତି। ସେ ୩୩ ଟି-୨୦ ମ୍ୟାଚରେ ୧୦୩୨ ରନ ବନାଇଛନ୍ତି।

ଏହି ଗ୍ରୁପର ୬ ଜଣ ଅଧିନାୟକ

ଏହା ପୂର୍ବରୁ ଏହି ଛଅ ଜଣ ଅଧିନାୟକ ଏହି ଗ୍ରୁପରେ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିୟାର ରିକୀ ପଏଟିଙ୍ଗ (୧୫୪୪୦ ରନ), ଦକ୍ଷିଣ ଆଫ୍ରିକାର ଗ୍ରୀମ ସ୍ମିଥ (୧୪୮୭୮ ରନ), ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ ଫ୍ଲେମିଂଗ (୧୧୫୬୧ ରନ), ଭାରତର ମହେନ୍ଦ୍ର ସିଂହ ଧୋନୀ (୧୧୨୦୭ ରନ) ଏବଂ ଅଷ୍ଟ୍ରେଲିୟାର ଆଲାନ ବର୍ଡର (୧୧୬୦୨) ସାମିଲ ଅଛନ୍ତି। ବିରାଟଙ୍କର ୧୧୦୨୫ ରନ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.