Home ଜିଲ୍ଲା ପରିକ୍ରମା ଜିଲ୍ଲାଅବକାରୀ ବିଭାଗର ସଫଳତା,୪ଲକ୍ଷ ଟଙ୍କାର ଗଜେଂଇ ଜବତ ୬ ଗିରଫ

ଜିଲ୍ଲାଅବକାରୀ ବିଭାଗର ସଫଳତା,୪ଲକ୍ଷ ଟଙ୍କାର ଗଜେଂଇ ଜବତ ୬ ଗିରଫ

326

ମାଲକାନଗିରି,୩୦ା ୧୧ (ଓଡିଆ ପୁଅ )) ମାଲକାନଗିରି ଜିଲ୍ଲା ଗଜେଂଇ ଚାଷ ଓ ଚୋରାଚାଲାଣ କାରିଙ୍କ  ଭୁସ୍ୱର୍ଗ ପାଲଟିଥିବା ବେଳେ ଜିଲ୍ଲାଅବକାରୀ ବିଭାଗ କୁ ମିଳିଛି ବଡଧରଣର ସଫଳତା ।   ଜିଲ୍ଲା୍ବକାରି ବିଭାଗ ପକ୍ଷରୁ ମାଲକାନଗିରି ଥାନାସ୍ଥ ଭୈରବୀ ମନ୍ଦିର,ଚମ୍ପାଖାରୀ ପାଣ୍ଡ୍ରୀପାଣି ଛକ ନିକଟରେ ପେଟ୍ରୋଲିଂ ଚାଲୁଥିବା ସମୟରେ ମାଲକାନଗିରି ଠାରୁ କଟକ ଯାଉଥିବା ଦିଲଖୁସ ଓ ଅନ୍ୟାନ  ଘରୋଇବସରେ ସେହି ସବୁ ଛକରୁ  ଯିବାପାଇଁ ଜଗିଥିବାବେଳେ ତିନିଜଣ ମହିଳା ଓ ୩ଜଣ ପୁରଷ ଙ୍କୁ ଗଜେଂଇ ଏୟାର ବ୍ୟାଗ ସହ ଧରିବାରେ ଜିଲ୍ଲାଅବକାରୀ ବିଭାଗ ସଫଳ ହୋଇଛନ୍ତି । ଗଜେଂଇ ଜବତ ସହ ୬ଜଣଙ୍କୁ ଗିରଫ କରି  ମାଲକାନଗିରି ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ଜେରା କରିବାରୁ ସେମାନେ ମାଲକାନଗିରି ଜିଲ୍ଲା ପଦ୍ମଗିରିରୁ ଗଜେଂଇ କ୍ରୟ କରି ପଶ୍ଚିମବଙ୍ଗକୁ ବିକ୍ରୟ କରିବା ନିମନ୍ତେ ନେଉଥିବାର ସ୍ୱିକାର କରିଛନ୍ତି । ଜବତ ଗଜେଂଇ ଗୁଡିକ ଓଜନ କରିବାରୁ ୮୨କେଜି ହୋଇଥିଲା । ସେହି ଗଜେଂଇର ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । ଗିରଫ୬ଜଣ ହେଲେ ପଶ୍ଚିମବଙ୍ଗ ର ଅନିକେତ ପ୍ରସାଦ,ସରସ୍ୱତୀ ହାଲଦାର,ନିଳିମା ବିଶ୍ୱାସ,ମାଲକାନଗିରି ଜିଲ୍ଲା ଏମଭି୧୧୧ ଗା୍ରମର ସୁରଜବୈଦ ,ଏମବି୯ ଗ୍ରାମର ସବିତା ସରକାର,ଏମଭି୬୩ ଗ୍ରାମର ଅବିନାଶ ଦେ ବୋଲି ଜଣାପଡିଛି । ଗିରଫ ୬ଜଣ ଙ୍କୁ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି ।ଜିଲ୍ଲାଅବକାରୀ ବିଭଗପକ୍ଷରୁ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ସହ ଚୋରା ଗଜେଂଇ ଚାଲାଣକାରି ଙ୍କ ଉପରେ ଚଢାଉ ଜାରିରହିଛି ବୋଲି ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.