Home ଜିଲ୍ଲା ପରିକ୍ରମା ଜାତୀୟସ୍ତର କରାଟେ ପ୍ରତିଯୋଗିତା ରେ ମାଲକାନଗିରି ଜିଲ୍ଲାର ୮ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଲେ

ଜାତୀୟସ୍ତର କରାଟେ ପ୍ରତିଯୋଗିତା ରେ ମାଲକାନଗିରି ଜିଲ୍ଲାର ୮ଆଦିବାସୀ ଛାତ୍ର ଛାତ୍ରୀ ଭାଗନେଲେ

131

ମାଲକାନଗିରି,୩୦ା୧୧ (ଓଡିଆ ପୁଅ )  ଝାରସୁଗୁଡା ଠାରେ ଅନୁଷ୍ଟିତ ୬ଷ୍ଟ ଜାତୀୟ ମୁକ୍ତ କରାଟେ ପ୍ରତି ଯୋଗୀତାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଆଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ୮ଜଣ ଛାତ୍ର ଛାତ୍ରୀ ଭାଗନେଇଛନ୍ତି ।  ୩୦ତାରିଖରୁ ଡିସେମ୍ବର ମାସ ୧ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଠାରେ ଅନୁଷ୍ଟିତ ୬ଷ୍ଟ ଜାତୀୟ ମୁକ୍ତ କରାଟେ ପ୍ରତିଯୋଗୀତାରେ ୧୩ଟି ରାଜ୍ୟର ଶତାଧିକ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଟିତ ଆଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମିର ବିନାଶକୁମାର ମିଶ୍ରଙ୍କ ଉଦ୍ୟମରେ ଅଧ୍ୟୟନରତ ରାମ ମାଡକାମି,ଅର୍ଜୁନ ଖରା,ଦୁତିକା ଓଡି,ସାବିତ୍ରୀ ଖେମୁଡୁ, ଦୁତିକା ଦୁରଆ,ଶସ୍ମିତା କବାସୀ, ଲକ୍ଷ୍ମି ସୋଡି ୮ଜଣ ଛାତ୍ର ଛାତ୍ରୀ ଏହି ଜାତୀୟ କରାଟେ ପ୍ରତି ଯୋଗୀତାରେ ଭାଗନେଇ ଛନ୍ତି । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଜାତୀୟ ଓ ଆନ୍ତ ର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଜିଲ୍ଲାର ଗୌରବ ଆଣୁଥିବା ବେଳେ ବହୁ ପୁରାତନ ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପ୍ରତି ଜିଲାପ୍ରଶାସନ କି ରାଜ୍ୟସରକାର ଗୁରୁତ୍ୱ ଦେଉନଥିବାରୁ ଉକ୍ତ ଏକେଡେମୀ ଟି ଚଳାଇବା ବହୁ କଷ୍ଟକର ହୋଇପଡୁଛି, ଏହି ଏକାଡେମୀ ପ୍ରତି ଜିଲ୍ଲାପ୍ରଶାନ ଓ ରାଜ୍ୟସରକାର ଆର୍ଥିକ ଅନୁଦାନ ଦେଲେ ଏଠାରୁ ଅନେକ ଆଦିବାସୀ ଛାତ୍ର ଓ ଛାତ୍ରୀ ମାନେ ଜାତୀୟ, ଆନ୍ତର୍ଜାତୀୟସ୍ତର ଏସିଆନଗେମ୍ ପ୍ରତି ଯୋଗୀତାରେ ଭାଗନେଇ କୃତକାର୍ଯ୍ୟ ହାସଲକରି ଜିଲ୍ଲାର ସୁନାମ ଆଣିପାରନ୍ତେ ବୋଲି ଜିଲ୍ଲାର କ୍ରୀଡାବିତ ମାନେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.