Home ଓଡ଼ିଶା ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ର-ଛାତ୍ରୀ ବିଦ୍ୟାଳୟରେ ପକାଇଲେ ତାଲା

ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ର-ଛାତ୍ରୀ ବିଦ୍ୟାଳୟରେ ପକାଇଲେ ତାଲା

464

ଯୋଡା, ୩୦/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶନିବାର ପୂର୍ବାହ୍ନରେ ବନେଇକଳା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନେଇକଳା ବସ୍ତିର କିଛି ଅଭିଭାବକ ସେମାନଙ୍କ ପିଲାମାନେ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବାରୁ ସଂଘବଦ୍ଧ ଭାବେ ବିଦ୍ୟାଳୟରେ ତାଲା ପକାଇଦେଇଥିବା ଜଣାପଡିଛି। ଏ ନେଇ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ପ୍ରାଧନ ଶିକ୍ଷକ ବିଦ୍ୟାଧର ମହାନ୍ତ ଏବଂ ସମ୍ପୃକ୍ତ ଅଭିଭାବକଙ୍କୁ ଥାନାକୁ ଡକାଇ ଘଟଣାର ସତ୍ୟାସତ୍ୟ ବୁଝିବା ପରେ ଉତ୍ୟକ୍ତ ଅଭିଭାବକଙ୍କୁ ବୁଝା ଶୁଝା କରି ବିଦ୍ୟାଳୟ ମୁଖ୍ୟ ଫାଟକର ତାଲା ଖୋଲିଥିଲେ ଓ ବିଦ୍ୟାଳୟଟି ସ୍ୱାଭାବିକ ଭାବେ ଚାଲିପାରିଥିଲା। ଘଟଣାରୁ ଜଣାପଡିଛି ଯେ, ବନେଇକଳା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ମୋଟ ୮୨ ଜଣ ଛାତ୍ର-ଛାତ୍ରୀ ଅଧ୍ୟୟନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୩୩ଜଣ ଛାତ୍ର-ଛାତ୍ରୀ ମୋଟ ୬ ଶହ ନମ୍ବରରୁ ମାତ୍ର ୪୦ ନମ୍ବର ତଳକୁ ରଖି ଟେଷ୍ଟ ପରୀକ୍ଷାରେ ଉତିର୍ଣ୍ଣ ନହେବାରୁ ସେମାନଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିବାରୁ ପ୍ରଧାନ ଶିକ୍ଷକ ନିବୃତ ରଖିଥିଲେ। ଅନ୍ୟ ଯେଉଁମାନେ ମାଟ୍ରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ୪୫ ନମ୍ବରରୁ ଉର୍ଦ୍ଧ ରଖିଥିଲେ ମଧ୍ୟ କେହି ଜଣେ ହେଲେ ସବୁ ବିଷୟରେ ପାସ ନମ୍ବର ରଖିନଥିବା କ୍ଷୋଭର ସହ ପ୍ରଧାନ ଶିକ୍ଷକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଅକୃତକାର୍ଯ୍ୟ ଅଭିଭାବକ ଏବଂ ଛାତ୍ର-ଛାତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷା ଅଧିକାରୀ ବି.ଇ.ଓ. ଦାୟିତ୍ୱରେ ଥିବା ଚମ୍ପୁଆ ବି.ଇ.ଓ. ଗୋବର୍ଦ୍ଧନ ନାଏକଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦିନ ସେ ତାଙ୍କର ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ଜଣାପଡିଛି। ତେବେ ଅଭିଭାବକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଏହା ତୁରନ୍ତ ଫଇସଲା କରାନଗଲେ ଶନିବାର ଦିନ ବିଦ୍ୟାଳୟରେ ତାଲା ପକାଇବାର ଧମକ ମଧ୍ୟ ଦେଇଥିଲେ। ଏହି ବିଦ୍ୟାଳୟଟିରେ ସାଧାରଣତଃ ଆଦିବାସୀ ଶ୍ରେଣୀର ଛାତ୍ର-ଛାତ୍ରୀମାନେ ପାଠ ପଢିବାକୁ ଆସିଥାନ୍ତି। ଅଧିକାଂଶ ବିଦ୍ୟାର୍ଥôଙ୍କର ଉପସ୍ଥାନ ୫୦ ପ୍ରତିଶତରୁ ମଧ୍ୟ କମ୍ ରହିଥାଏ। ଅକୃତକାର୍ଯ୍ୟ ୩୩ଜଣ ଛାତ୍ର-ଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ କରିବାକୁ ଅଭିଭାବକମାନେ ଦାବି କରିଥିଲେ, ଯାହାକୁ ପ୍ରଧାନ ଶିକ୍ଷକ ଅଗ୍ରାହ୍ୟ କରିବାରୁ ଏହି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସୂଚନା ଯୋଗ୍ୟ ଦିନକୁ ଦିନ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଦଣ୍ଡମୁ୍କ୍ତ ଅଞ୍ଚଳ ସରକାର ଘୋଷଣା କରିବା ପରେ ଛାତ୍ର-ଛାତ୍ରୀଙ୍କ ଉପରୁ ଶିକ୍ଷକଙ୍କର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଲୋପ ପାଇଛି। ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ୧୪ ବର୍ଷରୁ କମ୍ ସମସ୍ତ କିଶୋର-କିଶୋରୀଙ୍କୁ ଶିକ୍ଷାଦାନ ବାଧ୍ୟତା ମୂଳକ କରାଯାଇଥିବା ବେଳେ ପରିସ୍ଥିତି ଏପରି ହୋଇଛି ଯେ, କେତେକ ଛାତ୍ର ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ସହିତ ବିନା ଅନୁମତିରେ ବିଦ୍ୟାଳୟ ପାଚେରି ଡେଇଁ ପଳାଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ସେମାନଙ୍କ ଉପରେ ଅଙ୍କୁଶ ଲଗାଯାଇପାରିନାହିଁ। ଗତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ଏହି ବିଦ୍ୟାଳୟରେ ଅତ୍ୟନ୍ତ ନୈରାଶ୍ୟଜନକ ଥିବା ବେଳେ ଶିକ୍ଷକ ମାନଙ୍କର ବର୍ଦ୍ଧିତ ଦରମା ସ୍ଥଗିତ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.