Home ଓଡ଼ିଶା ନକଲି ସିଆରପିଏଫ ଜବାନ ଗିରଫ: ଦୁଇଟି ମୋଟର ସାଇକେଲ ଉଦ୍ଧାର

ନକଲି ସିଆରପିଏଫ ଜବାନ ଗିରଫ: ଦୁଇଟି ମୋଟର ସାଇକେଲ ଉଦ୍ଧାର

180

ବାଲିଗୁଡା, ୨୭/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ଦ୍ବାରା ଜଣେ ନକଲି ସିଆରପିଏଫ ଜବାନଙ୍କ ସମେତ ଦୁଇଟି ମୋଟର ସାଇକେଲ କ.ନୂଆଗାଁ ପୋଲିସ ଉଦ୍ଧାର କରିଛି। ନିଜକୁ ସିଆରପିଏଫ ଯବାନ ବୋଲି ପରିଚୟ ଦେଇ ଲିଫ୍ଟ ମାଗି ଚୋରି କରୁଥିଲା ନକଲି ସିଆରପିଏଫ ଲୁଟେରା। ଗିରଫ ଅଭିଯୁକ୍ତ ଜଣକ ହେଲେ ପିରିଙ୍ଗିଆ ଥାନା ଡାଙ୍ଗିଡିକିଆ ଅଞ୍ଚଳର ଦୁଖିଶ୍ୟାମ ଦିଗାଳ। ପ୍ରକାଶ ଯେ, ଗତ କିଛିଦିନ ତଳେ ଫୁଲବାଣୀ ରୁ ନିଜ ଗାଁ ଗୋଛାପଡା କୁ ଫେରୁଥିବା ଦୁଇ ବାଇକ୍ ଆରୋହୀଙ୍କୁ ନିଜକୁ ସିଆରପିଏଫ୍ ଅଫିସର ପରିଚୟ ଦେଇ ଲିଫ୍ଟ ମାଗିଥିଲା। ପରେ ତୁମେ ମଦ ଧରିଛ ଥାନାକୁ ଆସ ଥାନାରୁ ଗାଡି ନେବ କହି ବାଇକ୍ ଧରି ଚମ୍ପଟ ମାରିଥିଲା ଅଭିଯୁକ୍ତ। ଏନେଇ ବାଇକ ମାଲିକ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଗତ ୨୩ ତାରିଖରେ ସାରଙ୍ଗଡ଼ ପାଇବରସାହି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଡ୍ରେସ୍ କିଣିଦେବା ବାହାନାରେ ଅପହରଣ କରିଥିବା କ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ଦିବ୍ୟାଙ୍ଗ ନାବାଳିକାଙ୍କ ପରିବାର ଲୋକେ। ଅଭିଯୋଗ ପ୍ରକାରେ କ.ନୂଆଗାଁ ପୋଲିସ ତଦନ୍ତ ଚଳାଇଥିଲେ। ଗତ ୨୫ ତାରିଖରେ ରାଇକିଆ ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା କ.ନୂଆଗାଁ ପୋଲିସ୍। ଅଭିଯୁକ୍ତ ଗିରଫ ହେବାପରେ ସମସ୍ତ ରହସ୍ୟ ସାମ୍ନାକୁ ଆସିଥିଲା। ଭିନ୍ନକ୍ଷମ ନାବାଳିକାକୁ ଉଦ୍ଧାର କରିବାସହ ଦୁଇଟି ଚୋରିବାଇକ୍ ଉଦ୍ଧାର କରାଯାଇଥିବା ବିଷୟ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.