Home କୋରାପୁଟ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କୃଷି ଓଡିଶା ସମ୍ମାନ

ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କୃଷି ଓଡିଶା ସମ୍ମାନ

33

 

କୋରାପୁଟ ୧୮-୦୩(ଓଡିଅ ପୁଅ /ରଂଜନ ଦାସ) କୃଷି ଓ କୃଷକ ସଶକ୍ତିକରଣ   ବିଭାଗ ଦ୍ୱାରା ଭୂବନେଶ୍ୱର ବରମୁଣ୍ଡାର ବିଜୁ ପଟ୍ଟନାୟକ  ଖେଳ  ପଡିଆରେ ଆୟୋଜିତ  କୃଷି ଓଡିଶା-୨୦୨୧  କାର୍ଯ୍ୟକ୍ରମରେ  ଜିଲା ସ୍ତରୀୟ ଦକ୍ଷ ଅଧିକାରୀ ଭାବେ  କୋରାପୁଟ ଜଳ ବିଭାଜିକା ପ୍ରକଳ୍ପ  ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋଙ୍କୁ ସମ୍ମାନୀତ କରା ଯାଇଛି । ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ,ସାଧାରଣ ଉଦ୍ୟୋଗ , ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପଢୌକନ,ପ୍ରମାଣପତ୍ର ଏବଂ ଉତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ । କୃଷି ଓ କୃଷକର ବିକାଶ ନିମନ୍ତେ ଉଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ କାଲୋଙ୍କୁ  ସମ୍ମାନୀତ କରା ଯାଇଛି । ସମାରୋହରେ କୋରାପୁଟ ଜଳ ବିଭାଜିକା ପ୍ରକଳ୍ପର ନିରୁପମା ସେଠିଙ୍କୁ ମଧ୍ୟ ସମ୍ମାନୀତ କରା ଯାଇଛି ।କୋରାପୁଟ ଜଳବିଭାଜିକା ବିଭାଗ  କୃଷିକ୍ଷେତ୍ରରେ ସ୍କଚ ସିଲିଭର ପୁରସ୍କୃତ ହୋଇଥିବା ବେଳେ କୃଷି ଓଡିଶା-୨୦୨୧ ଅବସରରେ ବିଭାଗୀୟ ପ୍ରମୁଖ ସଚିବ ସୈାରଭ ଗର୍ଗ ସ୍କଚ ପ୍ରମାଣ ପତ୍ର ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କାଲୋଙ୍କୁ ପ୍ରଦାନ କରିଥିଲେ ।ସୁଚନାଯୋଗ୍ୟ ଯେ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଂଚାୟତର ପୁଟସିଲ ଗ୍ରାମରେ ଜଳବିଭାଜିକା ଆନୁକୁଲ୍ୟରେ ଏକ ପ୍ରକଳ୍ପ କରାଯାଇ ୫୦ ଏକର ଜମିରେ ଚାଷୀମାନେ ବର୍ଷସାରା ଚାଷ କର୍ଯ୍ୟ କରିପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.