Home ଜିଲ୍ଲା ପରିକ୍ରମା ଜବର ଦଖଲକୁ ବିରୋଧକରି ଆକ୍ରୋଶର ସ୍ୱୀକାର ହେଲେ ଅଭିଯୋଗକାରୀ

ଜବର ଦଖଲକୁ ବିରୋଧକରି ଆକ୍ରୋଶର ସ୍ୱୀକାର ହେଲେ ଅଭିଯୋଗକାରୀ

17

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚଳରେ ଦିନକୁ ଦିନ ସରକାରୀ, ଗୋଚର ଓ ଅନାବଦି ଜାଗାକୁ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିମାନେ ଜବରଦଖଲ କରି ସେଥିରେ ସ୍ଥାୟୀ ଘର କରୁଥିବାର ଦେଖିବାକୁ ମିଳିଛି । ଏପରିକି ଗ୍ରାମ୍ୟ ରାସ୍ତାକୁ ମଧ୍ୟ ଜବରଦଖଲ କରି ରଖୁଥିବାରୁ ଗ୍ରାମକୁ ଯିବା ଆସିବା ପାଇଁ ଜରୁରୀ କାଳୀନ ଗାଡ଼ି ମଧ୍ୟ ଯା ଆସ କରୁପାରୁନାହିଁ । ଏନେଇ ଅଭିଯୋଗ କଲେ ଅଭିଯୋଗ କାରୀଙ୍କ ଉପରେ ଓଲଟି ନାଲିଆଖି ଦେଖାଉଛନ୍ତି ସରକାରୀ ଅଧିକାରୀ ବାବୁ ମାନେ । ଘଟଣାରୁ ପ୍ରକାଶଯେ ଦଳାଙ୍ଗ ପଂଚାୟତର ଯାହାଙ୍ଗିର ଗ୍ରାମର ରାଉତସାହି ଗ୍ରାମରାସ୍ତାକୁ ଉଭୟ ପାଶ୍ୱର୍ର କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତିମାନେ ଜବରଦଖଲ କରି ଆସୁଥିବାରୁ ଜାତାୟତ ପାଇଁ ଘୋର ବ୍ୟାଘାତ ସୃଷ୍ଟି ହେଉଥିଲା । ଫଳରେ ଉକ୍ତ ଗ୍ରାମର ଅଜୟ ରାଉତଙ୍କ ସମେତ ଶତାଧିକ ବ୍ୟକ୍ତି ୨୭/୦୧/୨୦୨୧ରିଖରେ ଧାମନଗର ତହସିଲଦାରଙ୍କୁ ଗ୍ରାମରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଦାବି ଜଣାଇଥିଲେ । ହେଲେ ପରବର୍ତ୍ତି ସମୟରେ ଦଳାଙ୍ଗ ଆରଆଇ ଆକ୍ରୋଶରଖି ଗ୍ରାମର ଜଣେ ଦୁଇଜଣ ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୂର୍ବରୁ ଅଭିଯୋଗ କରିଥିବା ଅଜୟ ରାଉତଙ୍କ ଉପରେ ଆପଣ ସରକାରୀ ଜାଗା ଜବରଦଖଲ କରିଥିବା ଏକ ନୋଟିସ୍ ଦଳାଙ୍ଗ ଆରଆଇ ଜାରି କରିଛନ୍ତି ।

ଏନେଇ ଶ୍ରୀ ରାଉତ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଧାମନଗର ତହସିଲଦାରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତିଯେ ଗ୍ରାମର ଶତାଧିକ ବ୍ୟକ୍ତି ଗ୍ରାମ୍ୟ ରାସ୍ତାକୁ ଜବରଦଖଲ କରିଥିବାବେଳେ କେଉଁ ପରିସ୍ଥିତିରେ କେବଳ ଶ୍ରୀ ରାଉତଙ୍କ ନାମରେ ନୋଟିସ୍ ଯାରିକରାଗଲା । ଏସମ୍ପର୍କରେ ଦଳାଙ୍ଗ ଆରଆଇଙ୍କ ସହ ଯୋଗଯୋଗ କରିବାରୁ ଗ୍ରାମର କେତେକ ବ୍ୟକ୍ତି ଅଭିଯୋଗ କରିଥିବାରୁ ଆମ୍ଭେ ଏପରି ନୋଟିସ୍ କରିଥିଲୁ । ପରବର୍ତ୍ତି ସମୟରେ ଜାଗା ମାପପରେ ଯାହା ପଦକ୍ଷେପ ନିଆଯିବବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଏ ସମ୍ପର୍କରେ ଶ୍ରୀ ରାଉତ କୁହନ୍ତି ପ୍ରଥମେ ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷରଥାଇ ଅଭିଯୋଗ କରାଯାଇଥିଲା । ଆରଆଇ ମହୋଦୟ ଜବରଦଖଲ କାରୀଙ୍କ ବିରୁଦ୍ଧରେ ନୋଟିସ୍ କରିନଥିବାବେଳେ ରାଜନୈତୀକ ଆକ୍ରୋଶରେ ସ୍ୱୀକାର ହୋଇ ଆରଆଇ ଉଦେଶ୍ୟମୂଳକ ଭାବରେ ମୋତେ ହଇରାଣ କରିବାପାଇଁ ନୋଟିସ୍ କରିଛନ୍ତି । ତୁରନ୍ତ ଏଦୀଗରେ ଉଚ୍ଚସ୍ତରୀୟ ପଦକ୍ଷେପ ଗ୍ରହଣ କରିବାପାଇଁ ଶ୍ରୀ ରାଉତ ଜିଲ୍ଲାପାଳ, ରାଜସ୍ୱମନ୍ତ୍ରୀ ଓ ଧାମନଗର ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.