Home ଓଡ଼ିଶା ବଡଦାଣ୍ଡ ଓ ବେଳାଭୂମୀ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି

ବଡଦାଣ୍ଡ ଓ ବେଳାଭୂମୀ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି

226

ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କରୋନା ପ୍ରତିଷେଧକ ବ୍ୟବସ୍ଥା ଲାଗୁ ହେବା ପରେ ପୁରୀ ସହରକୁ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଦିନେ ଜୋଉ ବଡଦାଣ୍ଡ ଜନ ଗହଳି ରେ ପ୍ରକମ୍ପିତ ହୋଇଉଠୁଥିଲା ଆଜି ସେହି ବଡଦାଣ୍ଡ ସଂପୂର୍ଣ୍ଣ ଜନ ଶୂନ୍ୟ ହୋଇଯାଇଛି। ଜଗତର ନାଥ ଜଗନ୍ନାଥ ଙ୍କୁ ଭକ୍ତ ଦର୍ଶନ କରିବା ବନ୍ଦ ହେବା ପରେ ସିଂହ ଦ୍ୱାର ରେ ଆଉ ଗହଳି ଚହଳି ନାହିଁ। ଯେଉଁ ମାନେ ଆସୁଛନ୍ତି ସେମାନେ ବ୍ୟାରିକେଡର ପଛପଟେ ରହି ପତିତପାବନ କୁ ଦର୍ଶନ କରି ଆତ୍ମସନ୍ତୋସ ଲାଭ କରୁଛନ୍ତି। ସହରରେ ଥିବା ପ୍ରମୁଖ ଦେବୀ ପୀଠ ଦକ୍ଷିଣକାଳୀ ଓ ଶ୍ୟାମାକାଳୀ ଙ୍କ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ପ୍ରତ୍ୟେକ ଦିନ ପ୍ରତ୍ୟୁଷରେ ଶ୍ରଦ୍ଦାଳୁ ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ମଙ୍ଗଳ ଆଳତୀ ଦର୍ଶନ କରିବା ସହ ଦକ୍ଷିଣକାଳୀ ଙ୍କର ମଧ୍ୟ ମଙ୍ଗଳ ଆଳତୀ ଦର୍ଶନ କରୁଥିଲେ। ସେହିପରି ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ଗୁଡିକରେ ମଧ୍ୟ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ବେଳାଭୂମୀ ମଧ୍ୟ ଆଜି ସଂପୂର୍ଣ୍ଣ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି। ବେଳାଭୂମୀ ନିକଟରେ ଥିବା ତାରକା ହୋଟେଲ ଗୁଡିକରେ ମଧ୍ୟ ପର୍ଯ୍ୟଟକ ମାନଙ୍କର ସଂଖ୍ୟା ହ୍ରାସ ପାଇଛି। ବେଳାଭୂମୀ ଉପରେ ନିର୍ଭର କରି ଯେଉଁ ସବୁ ଛୋଟ ବଡ ଦୋକାନ ଚାଲୁରହିଥିଲା ସେଗୁଡିକ ମଧ୍ୟ ଆଜି ବନ୍ଦ ହୋଇଯାଇଛି। ସହର ମଧ୍ୟରେ ଥିବା ବିଭିନ୍ନ ହୋଟେଲ ଲଜିଂ ରେଷ୍ଟୁରାଂଟ ଉପରେ ମଧ୍ୟ ରୋକ ଲଗାଯାଇଛି। ସିଂହ ଦ୍ୱାର ଠାରୁ ସରଧାବାଲି ପର୍ଯ୍ୟନ୍ତ ରାସ୍ତା ରେ ଗହଲି ଚହଳି ନାହିଁ କି ଜାନବାହାନ ଚଳାଚଳ ମଧ୍ୟ ସେତେ ଦେଖାଯାଉ ନାହିଁ। ଯାତ୍ରୀ ଙ୍କ ଉପରେ ନିର୍ଭର କରୁଥିବା ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ରିକ୍ସା ଅଟୋରିକ୍ସା ଓ ଅନ୍ୟାନ୍ୟ ଛୋଟ ଜାନ ଗୁଡିକର ମଧ୍ୟ ବ୍ୟବସାୟ ପ୍ରାୟତଃ ଥପ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.