Home କୋରାପୁଟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲାର ୧୭୦ ଜଣ ନୂତନ ଶିକ୍ଷକ ଓ ଶିକ୍ଷୟତ୍ରୀ...

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲାର ୧୭୦ ଜଣ ନୂତନ ଶିକ୍ଷକ ଓ ଶିକ୍ଷୟତ୍ରୀ ଭୁବନେଶ୍ୱର ଗଲେ

28

କୋରାପୁଟ ୧୫-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୭୦ ଜଣ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ଭୁବନେଶ୍ୱର ଯାଇଥିବା ଜଣାପଡିଛି ।ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।ପ୍ରଶିକ୍ଷଣ ନେଇ ଆସିବା ପରେ ସେମାନେ ନିଜ ନିଜର ନିଯୁକ୍ତି ସ୍ଥାନକୁ ଯିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି ।୫ ଟି ବସରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଭୁବନେଶ୍ୱର ଯାଇଥିବା ଜଣାପଡିଛି ।ଏମାନଙ୍କ ସହିତ କୋରାପୁଟ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ନୋଡାଲ ଅଧିକାରୀ ଭାବେ  ଯାଇଥିବା ବେଳେ ବନ୍ଧୁଗାଁ ବିଇଓ ପ୍ରଫୁଲ୍ଲ କୁମାର ମିଶ୍ର,କୋରାପୁଟ ଏବିଇଓ ଶିବ ପ୍ରସାଦ ରଥ,କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରାଜେନ୍ଦ୍ର ପ୍ରସାଦ ରଥ ,ସୁନାବେଡା ଜଗନ୍ନାଥ ବିଦ୍ୟାପୀଠର ପିଇଟି ଏମ.ଦେବୀ ପ୍ରସାଦ ,ଦଶମନ୍ତପୁର ବିଇଓ ଦୟାସିନ୍ଧୁ ବାଘ,କାଳିଆଗାଁ ହାଇସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର,ମାନବାର ହାଇସ୍କୁଲର ପ୍ରଧାନଶିକ୍ଷକ ମିନା କୁମାରୀ ସ୍ୱାଇଁ ଏବଂ ଲକ୍ଷ୍ମିପୁର ଏବିଇଓ  ପ୍ରୀୟମ୍ବଦା ପାତ୍ର ପ୍ରମୁଖ ଭୁବନେଶ୍ୱର ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.