Home ଜିଲ୍ଲା ପରିକ୍ରମା ଛଟେଇ ପାରାମେଡିକାଲ କର୍ମଚାରୀଙ୍କ ପୁନଃନିଯୁକ୍ତି ଲକ୍ଷ୍ୟରେ ଅଶ୍ୱିନୀଙ୍କ ନବୀନ ନିବାସ ପଦଯାତ୍ରା

ଛଟେଇ ପାରାମେଡିକାଲ କର୍ମଚାରୀଙ୍କ ପୁନଃନିଯୁକ୍ତି ଲକ୍ଷ୍ୟରେ ଅଶ୍ୱିନୀଙ୍କ ନବୀନ ନିବାସ ପଦଯାତ୍ରା

25

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟରେ କୋଭିଡ ଯୋଦ୍ଧା ଭାବେ ନିଯୁକ୍ତି ପାଇଥିବା ପାରାମେଡିକାଲ କର୍ମଚାରୀଙ୍କୁ ଛଟେଇ କରିବା ୮ ହଜାର କର୍ମଚାରୀଙ୍କୁ ହତାଶ କରିଛି । ଗତ ୫୫ ଦିନ ଧରି ଖରା, କାକରରେ କର୍ମଚାରୀମାନେ ଧାରଣା ଦେଇଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ହୋଇପାରି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ପରି ବିଶାଳ ସହୃଦୟ ସହ ଛଟେଇ ପାରାମେଡିକାଲ କର୍ମଚାରୀମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରାଇ ପୁନଃନିଯୁକ୍ତ ପାଇଁ ଦୃଷ୍ଟି ଆକର୍ଷଣ କରାଇବା ଲକ୍ଷ୍ୟରେ ଭଦ୍ରକର ଯୁବ ସମାଜସେବୀ ତଥା ‘ଓଡିଶା କୋଭିଡ-୧୯ ପାରାମେଡିକାଲ ଷ୍ଟାଫ ଆସୋସିଏସନ’ର ଉପଦେଷ୍ଟା ଅଶି୍ୱନୀ ପାଢୀ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଆଜି ସକାଳେ ଚରମ୍ପାସ୍ଥିତ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସାରି ୧୬ ନଂ ଜାତୀୟ ରାଜପଥରେ ଏକାକୀ ପଦଯାତ୍ରାରେ ଯାଉଥିବା ବେଳେ ତାଙ୍କୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ନୈତିକ ସମର୍ଥନ ଜଣାଇ ସମ୍ବର୍ଦ୍ଧନା ଦିଆଯାଇ ଉତ୍ସାହିତ କରାଯାଇଛି । ଅଶ୍ୱନୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ଉଦ୍ଦେଶ୍ୟ ସଫଳ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଓ ବିଜୁବାବୁଙ୍କ ସାହସିକତା ତାଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି । ସ୍ଥାନୀୟ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ଓ ପାରାମେଡିକାଲ କର୍ମଚାରୀ ଓ ଅନ୍ୟମାନେ ଅଶ୍ୱନୀଙ୍କୁ ଏଥିନେଇ ଶୁଭେଚ୍ଛା ଜଣାଇବା ସହ ଯାତ୍ରାର ସଫଳତା କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.