Home ଜିଲ୍ଲା ପରିକ୍ରମା ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା

ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା

30

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗ, ତିତିକ୍ଷା, ନିଷ୍ଠା ଓ ସାଧନା ବଳରେ ଯେ କୌଣସି ବ୍ୟକ୍ତି ଆକାଶ ଛୁଇଁପାରେ ଏବଂ ନିଜ ଚଲାପଥର ସ୍ୱପ୍ନକୁ ସଠିକ୍ ଭାବେ ରୂପାୟିତ କରି ନିଜର ବିକାଶ ସହ ସମାଜର ବିକାଶରେ ଏକ ମଜବୁତ ମୂଳଦୂଆ ଗଢ଼ି ତୋଳିପାରେ ବୋଲି ଆଇ.ଟି.ଆଇ. ଚରମ୍ପାର ୩୩ତମ ଓ ଅବନ୍ତିକା କଲେଜର ୧୨ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଇଂ ଅମିତ୍ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଇଂ ସଙ୍ଗୀତା ଦାସ, ଶ୍ରୀମତୀ ଅରୁନ୍ଧତୀ ମହାନ୍ତି, ପ୍ରବୀଣ କୁମାର ପୃଷ୍ଟି, ଭକ୍ତିପ୍ରିୟ ମିଶ୍ର, ମିହିର କୁମାର ନାୟକ, ଆଶୁତୋଷ ରାଉତ, ଧର୍ମେନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଚଲାପଥ କୁସୁମିତ ହେବାର ବିଭିନ୍ନ ଉପାୟମାନ ବତାଇଥିଲେ । ସର୍ବଶ୍ରୀ ବିଜ୍ଞାନ ପାଣିଗ୍ରାହୀ, ସତ୍ୟଜିତ୍ ପାତ୍ର, ଉତ୍ତମ ଦତ୍ତ, ଜିତେନ୍ଦ୍ର ବିଶ୍ୱାଳ, ଅକ୍ଷୟ ପଣ୍ଡା, ଦେବାନନ୍ଦ ବିଶ୍ୱାଳ, ଅଭିଷେକ ନାୟକ ପ୍ରମୁଖଙ୍କ ଉଦ୍ୟମରେ ଉକ୍ତ ସଭାଟି ସଫଳ ରୂପେ ରୂପାୟିତ ହୋଇଥିଲା । ଏଥିରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.