Home ଜିଲ୍ଲା ପରିକ୍ରମା କବି ନଟବର ରାଉଳଙ୍କ କାବ୍ୟସଙ୍କଳନ ‘ଅଡୁଆସୂତା’ ଉନ୍ମୋଚିତ

କବି ନଟବର ରାଉଳଙ୍କ କାବ୍ୟସଙ୍କଳନ ‘ଅଡୁଆସୂତା’ ଉନ୍ମୋଚିତ

19

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ସରସଦା ଭାଗବତ ଟୁଙ୍ଗୀ ପରିସରରେ ଗଜପତି ମଣ୍ଡପରେ ଆଜି ଆୟୋଜିତ କବି ନଟବର ରାଉଳଙ୍କ କାବ୍ୟ ସଙ୍କଳନ ‘ଅଡୁଆସୂତା’ ଲୋକାର୍ପଣ ଉତ୍ôସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ୩୫ ତମ ବାର୍ଷିକ ପାରାୟଣ ମହୋତ୍ôସବ ପାଳନ ଅବସରରେ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦଙ୍କ ସଭାପତିତ୍ୱରେ ଓ ମୁଖ୍ୟବକ୍ତା ସାହିତ୍ୟିକ ହରମୋହନ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ôସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ କ୍ଷୀରୋଦ ସାମଲ ମୁଖ୍ୟଅତିଥି, କବୟତ୍ରୀ ଡ. ପ୍ରଭାତ ନଳିନୀ ମହାପାତ୍ର, ସାହିତ୍ୟିକ କରୁଣାକର ବେହୁରିଆ, ପୁରୁଷୋତ୍ତମ ଧଳ, ଗୀତାରାଣୀ ଆଇଚ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଠକୀୟ ଆଦୃତି କାବ୍ୟ ସାହିତ୍ୟର ଶ୍ରେଷ୍ଠ ସ୍ୱୀକୃତୀ । କବିତା ମନର କଥା, ହୃଦୟର ଆବେଗ ଓ ବାସ୍ତବତା ଆଧାରିତ ହୋଇ କାଳଜୟୀ ହୋଇଥାଏ । କବି ଏହି ମୌଳିକ ଆବଶ୍ୟକତାକୁ ପାଥେୟ କରି ରଚନା କରିବା ଉଚିତ ବୋଲି ମତ ରଖିଥିଲେ । ଏହି ଅବସରରେ ଶ୍ରୀ ରାଉଳଙ୍କ କାବ୍ୟସଙ୍କଳନ ‘ଅଡୁଆସୂତା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ବେହୁରିଆ ‘ଅଡୁଆସୂତା’ର ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ, ସୁରେନ୍ଦ୍ରନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । କବି ଶ୍ରୀ ରାଉଳଙ୍କର ଏହା ଥିଲା ସପ୍ତମ ପ୍ରକାଶନ । ପୂର୍ବରୁ କବିତା ସଙ୍କଳନ ‘ଡଙ୍ଗରାର ଡାକ’, ‘ଆଖି ଆଇନାରେ’, ‘ଦରିଆ ସେପାରି ଘର’, ଓ କାହାଣୀ ସଙ୍କଳନ ‘କାହାଣୀ କାଲି ଓ ଆଜିର’, ‘ସବୁ ଭଲ ଲାଗେ ତୁମେ ଥିଲେ’ ଓ ‘ବାପାଙ୍କ ଚଷମା’ ଆଦି ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ମଞ୍ଚ ଆହ୍ୱାନ ପବନ କୁମାର ନାୟକ, ଅତିଥି ପରିଚୟ ଅଧ୍ୟାପିକା ଯୋଗ୍ୟଶ୍ରୀ ସାମଲ, ସ୍ୱାଗତ ଭାଷଣ ଦାମୋଦର ନାୟକ ଓ ଜଗନ୍‌ାଥ ସାମଲ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.