Home ଜିଲ୍ଲା ପରିକ୍ରମା ସରସଦା ଟି.ଏମ.ସି.ରେ ରହିଲେ ୭ ପଶ୍ଚିମବଙ୍ଗ ଫେରନ୍ତା

ସରସଦା ଟି.ଏମ.ସି.ରେ ରହିଲେ ୭ ପଶ୍ଚିମବଙ୍ଗ ଫେରନ୍ତା

209

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ସରସଦା ହାଇସ୍କୁଲ ପରିସରରେ ପ୍ରବାସୀ ଓଡିଆଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା କ୍ଲଷ୍ଟର ଟି.ଏମ.ସି.ରେ ଆଜିସୁଦ୍ଧା ସାତଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଛଅଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଏହି କ୍ଲଷ୍ଟର ଟି.ଏମ.ସି.ରେ ଶହେ ଶଯ୍ୟା ପାଇଁ ପ୍ରସ୍ତୁତି କରାଯାଇଥିବା ବେଳେ ତିରିଶ ଶଯ୍ୟା କାର୍ଯ୍ୟକ୍ଷମ ହୋଇଛି । ସେହିପରି ଭଣ୍ଡାରିପୋଖରୀ ମହାବିଦ୍ୟାଳୟରେ ଶହେଶଯ୍ୟା ବିଶିଷ୍ଟ କ୍ଲଷ୍ଟର ଟି.ଏମ.ସି. ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ପଚାଶ ଶଯ୍ୟା କାର୍ଯ୍ୟକ୍ଷମ ହୋଇଛି । ମାତ୍ର ସେଠାରେ କୌଣସି ପ୍ରବାସୀ ଓଡିଆ ଫେରନ୍ତା ରହିନଥିବା ଜଣାଯାଇଛି । ସେହିପରି ନାଆମୀ ମହାବିଦ୍ୟାଳୟ ପରିସରରେ ଶହେ ଶଯ୍ୟା ବିଶିଷ୍ଟ କ୍ଲଷ୍ଟର ଟି.ଏମ.ସି. ଓ ତେସିଙ୍ଗା ପଞ୍ଚାୟତର ବିଶୋଳ-କୁଲଣା ମୈତ୍ରୀ ଉଚ୍ଚବିଦ୍ୟାପୀଠରେ ଶହେ ଶଯ୍ୟା ବିଶିଷ୍ଟ କ୍ଲଷ୍ଟର ଟି.ଏମ.ସି. ପାଇଁ ପ୍ରସ୍ତୁତି କରାଯାଇଛି । ବ୍ଳକର ଚାରିଗୋଟି କ୍ଲଷ୍ଟର ଟି.ଏମ.ସି.ରେ ମୋଟ ଚାରିଶହ ଶଯ୍ୟା ପ୍ରତିଷ୍ଠା କରାଯିବ । ସୋମବାର ସୁଦ୍ଧା ଦୁଇଟି କ୍ଲଷ୍ଟର ଟି.ଏମ.ସି.ରେ ମୋଟ ଅଶୀ ଶଯ୍ୟା କାର୍ଯ୍ୟକ୍ଷମ ହୋଇଛି । ଗତ ମାର୍ଚ୍ଚ ୨୨ ତାରିଖରେ ଦ୍ୱିତୀୟ ଲହରର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସୋମବାର ସଂକ୍ରମିତଙ୍କ ସହ ମୋଟ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ମାତ୍ର ସଂକ୍ରମିତଙ୍କୁ ସାଳନ୍ଦୀ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଅନ୍ୟ ସମସ୍ତ ସଂକ୍ରମିତ ହୋମ କ୍ୱାରାଣ୍ଟାଇନରେ ପର୍ଯ୍ୟାୟ କ୍ରମେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.