Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କୁ ଭେଟି ୫ଦଫା ଦାବିପତ୍ର ପ୍ରଦାନ କଲେ ତିହିଡିର ବନ୍ୟା କ୍ଷତିଗ୍ରସ୍ତ ଚାଷୀ

ଜିଲାପାଳଙ୍କୁ ଭେଟି ୫ଦଫା ଦାବିପତ୍ର ପ୍ରଦାନ କଲେ ତିହିଡିର ବନ୍ୟା କ୍ଷତିଗ୍ରସ୍ତ ଚାଷୀ

2

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରସର ଓ ଗୋବିନ୍ଦପୁର ପଂଚାୟତର ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନେ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ସେମାନେ ଆଇନଗତ ଭାବେ ଚରମ ନିଷ୍ପତି ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ବନ୍ୟା ପୂର୍ବରୁ ଖରିପ ଧାନଚାଷ ହୋଇ ନଥିଲା ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଦାଇତ୍ୱହୀନ ମନ୍ତବ୍ୟ ଦେଇଥିବା ଚାଷୀମାନେ ଦର୍ଶାଇଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବନ୍ୟା ଆସିବା ପୂର୍ବରୁ ଚାଷୀମାନେ ସମ୍ପୂର୍ଣ୍ଣ ଖରିପ ଧାନ ଚାଷ କରିସାରିଥିଲେ । ଗତ ଜୁଲାଇ ମାସ ୨୭ତାରିଖରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା । ପରେ ପରେ ବୈତରଣୀ ଓ ସାଳନ୍ଦୀରେ ଲଗାତାର ବନ୍ୟା ଆସିବା ଯୋଗୁ ଧାନଚାଷ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଥିଲା । ଏପରିକି ଜମିରେ ଘାସଗଛ ବି ବଂଚିନଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ପଂଚାୟତରାଜ ସଚିବ, ଜିଲାପାଳ ପ୍ରମୁଖ ବନ୍ୟାଂଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏପରିସ୍ଥଳେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ବନ୍ୟା ପୂର୍ବରୁ ଧାନ ଚାଷ ହୋଇନଥିଲା ବୋଲି ଦେଇଥିବା ମନ୍ତବ୍ୟକୁ ସେମାନେ ଖଣ୍ଡନ କରିଛନ୍ତି । ଏପରି ଦାୟିତ୍ୱହୀନ ମନ୍ତବ୍ୟ ସେମାନଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ବୋଲି ସେମାନେ ଦର୍ଶାଇଛନ୍ତି । ଏହି ପରିପ୍ରେକ୍ଷୀରେ ଖରିଫ ଋଣ ଛାଡ଼, ପୂର୍ବ ପରି କୃଷି ଋଣ ପ୍ରଦାନ, ରବି ଋତୁରେ ସମସ୍ତ ଚାଷୀଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥା, ବନ୍ୟାର ସ୍ଥାୟୀ ପ୍ରତିକାର, ରବିଋତୁରେ ଧାନଚାଷର ସୁରକ୍ଷା ନିମନ୍ତେ ବୁଲା ଷଣ୍ଢଙ୍କ ପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ପୂର୍ବତନ ସରପଂଚ ମାନସ ରଞ୍ଜନ ସାହୁ, ଦୀନବନ୍ଧୁ ମହାକୁଡ଼, ନୃସିଂହ ମହାକୁଡ଼, ବସନ୍ତ କୁମାର ସାହୁ, ଅରୁଣ ନାୟକ, ବଳରାମ ବାରିକ, ସୁମନ୍ତ ବିଶ୍ୱାଳ, ପ୍ରଦୀପ୍ତ କୁମାର ମିଶ୍ର, ପ୍ରଶାନ୍ତ ନାୟକ ପ୍ରମୁଖ ଚାଷୀମାନେ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.