Home ଜିଲ୍ଲା ପରିକ୍ରମା ଗ୍ରାମ ରାସ୍ତା ଜବରଦଖଲ ନେଇ ଅସନ୍ତୋଷ ତେଜିଛି

ଗ୍ରାମ ରାସ୍ତା ଜବରଦଖଲ ନେଇ ଅସନ୍ତୋଷ ତେଜିଛି

86

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚଳରେ ବିଭିନ୍ନ ସ୍ଥାନରେ ଦିନକୁ ଦିନ ଗୋଚର ଓ ଅନାବାଦି ଜବରଦଖଲ ହେଉଥିବାବେଳେ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହାନ୍ତି । ତେବେ ଗ୍ରାମ ରାସ୍ତାକୁ କେତେକ ମୁଷ୍ଟିମେୟ ଲୋକ ଜବରଦଖଲ କରୁଥିବାରୁ ଯାତାୟତରେ ମଧ୍ୟ ଘୋର ଅସୁବିଧା ଦେଖାଯାଉଛି । ଏମିତି ଏକ ଘଟଣା ଘଟିଛି ଦୋବଲ ଅଂଚଳରେ । ପ୍ରକାଶ ଥାଉକି ଦୋବଲ ପଂଚାୟତର ଦୋବଲ ସାହିର ଏକ ଗ୍ରାମ ରାସ୍ତା ଥିବାବେଳେ ପଂଚାୟତର ୧ନମ୍ବର ଓ ୨ନମ୍ବର ୱାର୍ଡ଼ର ଲୋକମାନେ ଯାତାୟତ କରିଥାନ୍ତି । ରାସ୍ତାର ଦୁଇପାଶ୍ୱର୍ରେ କେତେକ ବ୍ୟକ୍ତି ଜବରଦସ୍ତ ଭାବେ ରାସ୍ତାକୁ ମଡ଼ାଇ ପକ୍କାଘର ତିଆରିକରିବାରୁ ଧିରେ ଧିରେ ରାସ୍ତା ସଂକୁଚିତ ହେଉଛି । ଏନେଇ ଗ୍ରାମକୁ ଜରୁରୀ କାଳୀନ ସେବାପାଇଁ ଦମକଳ ଓ ଆମ୍ବୁଲାନ୍ସ ଇତ୍ୟାଦି ଗାଡ଼ି ଯାଇପାରୁନାହିଁ । ଏନେଇ ଗ୍ରାମର କରୁଣାକର ସାହୁ, ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ ଦୀର୍ଘଦିନ ଧରି ଏହି ରାସ୍ତ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଧାମନଗର ତହସିଲଦାରଙ୍କୁ ଏହାର ତଦନ୍ତ ପାଇଁ ଦାବି କରିଆସୁଛନ୍ତି । ହେଲେ ଏଥିରେ କୌଣସି ସୁଫଳ ମିଳିପାରୁନାହିଁ । ଏ ନେଇ ଶ୍ରୀ ସାହୁ ଧାମନଗର ତହସିଲ ସମ୍ମୁଖରେ ଆମରଣ ଅନସନରେ ବସିଥିବାବେଳେ ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ ତାଙ୍କୁ ପ୍ରତିସୃତି ଦେଇ ଖୁବ୍ ଶୀଘ୍ର ଏହି ସର୍ବସାଧାରଣ ରାସ୍ତାକୁ ମାପକରାଯିବବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏ ନେଇ ତହସିଲଦାର ରାଧାକାନ୍ତ ବାରିକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର ଓଲଟି ଶ୍ରୀ ସାହୁଙ୍କୁ ଗାଳି ଗୁଲଜ କରିଥିବାର ସେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଳାପାଳ, ଏସ୍‌ପି ଓ ମାନବାଧିକାର କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଦୋବଲ ସାହି ରାସ୍ତାକୁ ସରକାରୀ ମାପ କରିବାପାଇଁ ମଧ୍ୟ ଶ୍ରୀ ସାହୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.