Home ଜିଲ୍ଲା ପରିକ୍ରମା ଧାମନଗରରେ ନୂଆ ଏସ୍‌ଡ଼ିପିଓ କାର୍ଯ୍ୟରେ ଯୋଗଦାନ

ଧାମନଗରରେ ନୂଆ ଏସ୍‌ଡ଼ିପିଓ କାର୍ଯ୍ୟରେ ଯୋଗଦାନ

44

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ପୋଲିସ ଉପଖଣ୍ଡର ବନ୍ତ, ଆଗରପଡ଼ା, ଭଣ୍ଡାରିପୋଖରୀ, ଧୂଷୁରୀ ଓ ଧାମନଗର ଥାନାକୁ ନେଇ ଧାମନଗର ଠାରେ ଥିବା ପୋଲିସ ଏସ୍‌ଡ଼ିପିଓ କାର୍ଯ୍ୟାଳୟ ଥିବାବେଳେ ଏଥିରେ ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଏଠାରେ ଏସ୍‌ଡ଼ିପିଓ ଭାବେ ଅଶୋକ କୁମାର ଦାସ କାର୍ଯ୍ୟଭାର ନେଇଥିବାବେଳେ ତାଙ୍କର ଜିଲ୍ଳା ପୋଲିସ କାର୍ଯ୍ୟଳୟକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ନୂଆ ଏସ୍‌ଡ଼ିପିଓ ଶ୍ରୀ ମହାପାତ୍ର ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ସୂଚନା ଥାଉକି ଶ୍ରୀ ମହାପାତ୍ର ମଧ୍ୟ ପୂର୍ବରୁ ଧାମନଗର, ଭଣ୍ଡାରିପୋଖରୀ ଓ ଆଗରପଡ଼ା ଥାନାରେ ଥାନାଅଧିକାରୀ ଭାବେ ଯୋଗଦେଇ ତାଙ୍କର ପାରିଦର୍ଶିତା ଦେଖାଇଥିଲେ । ପୁଣି ଧାମନଗର ଥାନାରେ ଏସ୍‌ଡ଼ିପିଓ ଭାବେ ପଦୋନ୍ନତୀ ପାଇଁ କାର୍ଯ୍ୟରେ ଯୋଗଦେଇଥିବାରୁ ନିଶ୍ଚିତ ଭାବରେ ଆଇନ୍ ଶୃଙ୍ଖଳା ପ୍ରତି ଅଧିକ ଗୁରୁତର ଦେବେବୋଲି ଶ୍ରୀ ମହାପାତ୍ର କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.