Home ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ସାମାଜିକ କଟକଣା ଓ ମୁହଁରେ ମାସ୍କ ବାନ୍ଧୁନାହାନ୍ତି ଜନସାଧାରଣ

ତିର୍ତ୍ତୋଲ ଅଞ୍ଚଳରେ ସାମାଜିକ କଟକଣା ଓ ମୁହଁରେ ମାସ୍କ ବାନ୍ଧୁନାହାନ୍ତି ଜନସାଧାରଣ

126

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଅଞ୍ଚଳରେ ସାମାଜିକ କଟକଣା ଓ ମୁହଁରେ ମାସ୍କ ବାନ୍ଧୁ ନାହାନ୍ତି ଜନସାଧାରଣ। ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସଂକ୍ରମଣକୁ ରୋକ୍ ଦେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦ ହଜି ଯାଇଛି। ଘରେ ରହିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଆବଶ୍ୟକତା ଥିଲେ ମୁହଁରେ ମାସ୍କ ବାନ୍ଧି ବାହାରକୁ ଆସିବା ସମେତ ବିଭିନ୍ନ ସଚେତନତା ବାର୍ତ୍ତା ଦୈନନ୍ଦିନ ବିଭିନ୍ନ ଗଣ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ପ୍ରସାର କରିଛାଲିଛନ୍ତି। ଏହା ସହିତ ଏହି ବ୍ଲକ ଅଞ୍ଚଳରେ ଥାନା, ତହସିଲ ଓ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ କରୋନା ମହାମାରୀକୁ ମୁକାବିଲା କରିବାପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସତର୍କ ବାର୍ତ୍ତା ଦିଆଯାଉଛି। କିନ୍ତୁ ଏହି ଅଞ୍ଚଳର ଜନସାଧାରଣମାନେ ସରକାରଙ୍କ ନିୟମ କଟକଣାକୁ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଲାଖୋଲିଭାବେ ଉଂଲଘନ କରୁଥିବା ଦେଖିବାକୁ ମିଳୁଛି। ଏହି ବ୍ଲକ ଅଞ୍ଚଳରେ ନେହେରୁ ପଡ଼ିଆ, କନକପୁର ଶାରଳା ଠାକୁରାଣୀ ହାଟ, ଶଙ୍ଖେଶ୍ୱର, ବାଲିପାଟଣା ପ୍ରଭୃତି ସାପ୍ତାହିକ ହାଟ ଏବେ ଚାଲୁ ରହିଥିବାବେଳେ ଏହି ଅଞ୍ଚଳରେ ଥିବା ଅନ୍ୟ ହାଟ ସବୁ ବନ୍ଦ ରହିଥିବା ଜଣାପଡ଼ିଛି। ଉକ୍ତ ହାଟ ମାନଙ୍କ ମଧ୍ୟରୁ କନକପୁର ଶାରଳା ଠାକୁରାଣୀ ହାଟଟି ପ୍ରତି ସପ୍ତାହରେ ବ୍ୟବସାୟଙ୍କ ଠାରୁ ଆରମ୍ଭ କରି ଖାଉଟିମାନେ ପ୍ରଚୁର ମାତ୍ରାରେ ଆସିଥାଆନ୍ତି। ଏହି ହାଟ ୮ଟି ପଞ୍ଚାୟତକୁ ନେଇ ଗଢ଼ିଉଠିଥିବାବେଳେ ହାଟରେ ପ୍ରବଳ ମାତ୍ରାରେ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ହାଟଟି ଗତ ସପ୍ତାହରେ ହେଉଥିବା ସ୍ଥାନରୁ ବସନ୍ତ ବଗିଚା ନିକଟକୁ ସ୍ତାନାନ୍ତର କରିବାପାଇଁ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର ପହଞ୍ଚି ବସନ୍ତ ବଗିଚାରେ ହାଟ ବସିବା ପାଇଁ ବ୍ୟବସାୟୀମାନଙ୍କୁ କହିଥିଲେ। କିନ୍ତୁ ବ୍ୟବସାୟୀମାନେ ଭୋରୁ ଆସି ବ୍ୟବସାୟ ପସରା ଆରାମ୍ଭ କରିଥିବାବେଳେ ଗତ ସପ୍ତାହରେ ହାଟଟି ସ୍ଥାନନ୍ତରିତ କରାନଯାଇ ପୂର୍ବରୁ ହେଉଥିବା ସ୍ଥାନରେ କରାଯାଇଥିଲା। କିନ୍ତୁ ଆଜି ଏହି ହାଟଟି ବସନ୍ତ ବଗିଚାକୁ ସ୍ଥାନାନ୍ତରିତ ନକାରାଯାଇ ପୂର୍ବରୁ ହେଉଥିବା ସ୍ଥାନରେ କରାଯାଇଥିଲା। ହାଟ ଭିତରେ ପ୍ରବଳ ବ୍ୟବସାୟୀ ଓ ଖାଉଟିମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ବ୍ୟବସାୟୀ ଓ ଖାଉଟିମାନେ ସାମାଜିକ ଦୁରତାକୁ ବେଖାତିର୍ କରିବା ସହିତ ମୁହଁରେ ମାସ୍କ ନବାନ୍ଧି ଖୋଲାଖୋଲିଭାବେ ସରକାରୀ ନିୟମକୁ ଉଂଲଘନ କରିଥିଲେ। ଏହି ହାଟ କୁ ପ୍ରବେଶ କରିବାପାଇଁ ୫ଟି ପ୍ରବେଶ ପଥ ରହିଅଛି। ଏହି ପଥକୁ କନକପୁର ଫାଣ୍ଡି ଅଧିକାରୀ ଶ୍ରୀଚରଣ ରାଉତଙ୍କ ଦ୍ୱାରା ବାଉଂଶ ବନ୍ଧାଯାଇ ହାଟ ଭିତରକୁ ଯାନବାହନ କିଭଳି ଭାବରେ ନଯାଇ ପାରିବ ସେଥିପାଇଁ ରୋକ ଲଗାଇଥିଲେ। କିନ୍ତୁ ହାଟ ଭିତରେ କୌଣସି ବ୍ୟବସାୟୀକ ଠାରୁ ଖାଉଟି ସାମାଜିକ ଦୂରତା ଅବଲମ୍ବନ କରୁନଥିଲେ। ମୁହଁରେ ମାସ୍କ ନବାନ୍ଧିଲେ ଓ ସାମାଜିକ ଦୂରତାକୁ ଉଂଲଘନ କଲେ ସେହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଟାନ ନେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ୍ ଲାଗୁ କରିଛନ୍ତି। ଏହି ହାଟ ସମେତ ଏହି ଅଞ୍ଚଳରେ ଥିବା ତେଜରାତି ଦୋକାନ, ବିଭିନ୍ନ ବ୍ୟାଙ୍କମାନଙ୍କରେ ମଧ୍ୟ ସାମାଜିକ ଦୂରତା ରଖାଯାଉନାହିଁ। ମୁଁହରେ ମାସ୍କ ନବାନ୍ଧିବା ଓ ସାମାଜିକ ଦୂରତାକୁ ଉଂଲଘନ କରୁଥିବା ଜନସାଧାରଣମାନଙ୍କ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ତିର୍ତ୍ତୋଲ ଥାନା, ତହସିଲ ଓ ବ୍ଲକ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବାପାଇଁ ବୁଦ୍ଧଜିବୀ ମହଲରେ ଦାବି ହୋଇଛି। ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ରଙ୍କୁ କୁଜଙ୍ଗ ତହସିଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାରୁ ସେ ତିର୍ତ୍ତୋଲ ପ୍ରତି ଅଧିକ ଗୁରୁତ୍ୱ ଦେଇପାରୁନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.