Home ନୟାଗଡ଼ ଗାଡିଚୋରି ଓ ଦାଦାବଟି ଆଦାୟ ଅଭିଯୋଗରେ ୩ ଗିରଫ

ଗାଡିଚୋରି ଓ ଦାଦାବଟି ଆଦାୟ ଅଭିଯୋଗରେ ୩ ଗିରଫ

95

ରଣପୁର(ଆ.ପ୍ର)/୨୫/୮/ନୟାଗଡ ଜିଲ୍ଲ୍‌ା ‌ରଣପୁର ଥାନା ଅଂଚଳରେ କିଛିଦିନହେଲା ଦାଦାବଟି ଆଦାୟ ଓ ଗାଡିଚୋରି ବଢିଚାଲିଥିଲା । ଯାହାକୁ ନେଇ ନୟାଗଡ ଏସ୍‌.ପି ପ୍ରତ୍ୟୁଷ ଦିୱାକର ସ୍ୱତନ୍ତ୍ର ତତ୍ତା୍ୱବଧାନରେ ଏହି ଗ୍ରୁପ୍ କୁ ଧରିବା ପାଇଁ ତନାଘନା ଚଢାଉ ଜାରି ରଖିଥିଲେ । ଗତ ଅଗଷ୍ଟ ୨୪ତାରିଖ ରାତିରେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ସଦଳବଳେ ଦର୍ପନାରାୟଣପୁର ଫାଣ୍ଡି ଡମ ସାହିଠାରେ ଚଢାଉ କରିଥିଲେ । ଚଢାଉ ସମୟରେ ବୁଲୁ ରାଉତ ଓ ତା ଗ୍ୟାଙ୍ଗ୍‌ର ୨ ଜଣକୁ ଗିରଫ କରିଥିଲେ ।

ସେମାନଙ୍କଠାରୁ ୫ଟି ମୋଟର୍ ସାଇକେଲ୍‌,୧ବନ୍ଧୁକ ଓ ୪ ଜିବନ୍ତ ଗୁଳି ଜବତ କରାଯାଇଥିବା ଜଣାପଡିଛି । ଏମାନେ ହୋଟେଲ୍ ରେ ଖାଇବା ସମୟରେ ଦାଦାବଟି ଆଦାୟ କରିବାସହ ମୋଟର୍ ସାଇକେଲ୍ ଚୋରି କରିଥାନ୍ତି । ଜବତ ୫ଗୋଟି ମୋଟର୍ ସାଇକେଲ୍ ମଧ୍ୟରୁ ୨ ଗୋଟି ନୟାଗଡ ଟାଉନ୍ ଥାନା ଏରିଆରୁ ଚୋରି ହୋଇଥିବା ଜଣାପଡିଛିା ତଦନ୍ତରେ ବାଧା ଉପୁଜିବା ନେଇ ଅଭିଯୁକ୍ତ ମାନଙ୍କ ନାମ ପ୍ରକାଶ କରିବାକୁ ପୋଲିସ୍ ମନା କରିଛି । ଗିରଫ ୩ ଅଭିଯୁକ୍ତଙ୍କୁ  ନୟାଗଡ କୋର୍ଟକୁ ଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.