Home ଓଡ଼ିଶା ବଜ୍ରାଘାତରେ ୭ଟି ବଳଦ ମୃତ୍

ବଜ୍ରାଘାତରେ ୭ଟି ବଳଦ ମୃତ୍

228

ହରିଚନ୍ଦନପୁର,ତା ୨୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ଆଜି ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସହିତ ବିଜୁଳିରେ ଜନଜୀବନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ଖୁଦପଶି ଗ୍ରାମରେ ଆଜି ଅପରାହ୍ନ ସମୟରେ ବଜ୍ରାଘାତରେ ୭ଟି ବଳଦର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗ୍ରାମର ବିପିନ ବିହାରୀ ମହାପାତ୍ରଙ୍କ ଦୁଇଟି, କାଠିଆ ମହାପାତ୍ରଙ୍କ ଗୋଟିଏ, ଋଷି ଘଣାଙ୍କ ଗୋଟିଏ, ମୁଚିରାମ ବାରିକଙ୍କ ଗୋଟିଏ, ମୁରଲୀ ବାରିକଙ୍କ ଗୋଟିଏ, ଆଦିକନ୍ଦ ବାରିକଙ୍କ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.