Home ଜିଲ୍ଲା ପରିକ୍ରମା ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ୱାଭିମାନ ଅଚଂଳଗସ୍ତ, ବଡପଡା ବିଦ୍ୟାଳୟର ଛାତ୍ରଙ୍କ ସହ ମଧ୍ୟାହ୍ନ ଭୋଜନରେ ଡାଲମା ଭାତ...

ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ୱାଭିମାନ ଅଚଂଳଗସ୍ତ, ବଡପଡା ବିଦ୍ୟାଳୟର ଛାତ୍ରଙ୍କ ସହ ମଧ୍ୟାହ୍ନ ଭୋଜନରେ ଡାଲମା ଭାତ ଖାଇଲେ

163

ମାଲକାନଗିରି,୩୧ା୧୦(ଓଡିଆ ପୁଅ) ଆଜି ସକାଳେ ଜୟପୁର ଠାରୁ ସଡକପଥରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମାଓପ୍ରବଣ ସ୍ୱାଭିମାନ ଅଚଂଳକୁ ରାଜ୍ୟଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ ଗସ୍ତକରି ବଡପଡା ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନରେ ଡାଲମା ଭାତ ଖାଇ ଖୁସିହୋଇଥିଲେ । ମନ୍ତ୍ରୀ ଶ୍ରୀ ଦାଶ ପ୍ରଥମଥର କରି ମାଓପ୍ରବଣ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଗସ୍ତକରି ଗୁରୁପ୍ରୟୀସେତୁ ନିକଟରେ ପହଁଚିଲା ପରେ ସ୍ଥାନୀୟ ଆଦିବାସୀ ମହିଳା ଓ ପୁରଷ ମାନେ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ନାଚଗୀତ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ଦାଶ ସ୍ୱାଭିମାନ ଅଚଂଳରେ ଥିବା ବଡପଡା ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଆୟୋଜିତ ସଭାରେ ଶିକ୍ଷାର ବିକାଶ ହେଉଛି ଉନ୍ନତିର ଚାବିକାଠୀ,ଶିକ୍ଷା ନଥିଲେ କୌଣସି ଉନ୍ନତି ହୋଇପାରିବ ନାହିଁ, ଆଗରୁ ମାଲକାନଗିରି ଜିଲ୍ଲାରେ ଶିକ୍ଷାର ହାର ବହୁତ କମଥିଲା,ଏବେ ଶିକ୍ଷାର ହାର ବହୁତ ବଡିଯାଇଛି, ବିଶେଷ କରି ସ୍ୱାଭିମାନ ଅଚଂଳବାସୀ ଶିକ୍ଷାପ୍ରତି ଅଧିକ ଗୁରତ୍ୱ ଦେବାକୁ ଲାଗିଲେଣି । ଏହା ଜିଲ୍ଲାପାଇଁ ଏକ ଶୁଭଙ୍କର ବାର୍ତା,ବିଦ୍ୟାଳୟ ଗୁଡିକରେ ମାସକୁ ଥରେ ଶିକ୍ଷାକମିଟି ବୈଠକ ବସୁଥିଲା । ଏବେ ମାସକୁ ୪ଟି ଲେଖା ଶିକ୍ଷାକମିଟି ବୈଠକ ବସି ସେଥିରେ ମନ୍ତ୍ରୀ,ସଚିବ,ଜିଲ୍ଲାପାଳ, ଶିକ୍ଷାବିଭାଗ ଅଧିକାରୀ ମାନେ ଉସ୍ଥିତ ରହି ଗ୍ରାମବାସୀମାନଙ୍କ ସହିତ ଶିକ୍ଷାସମସ୍ୟା ସଂପର୍କରେ ଆଲୋଚନା କରି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ବଢାଇବା ସହିତ ଶିକ୍ଷାର ଅଭିବୃଦ୍ଧି ପ୍ରତି ଗୁରୁତ୍ୱଦେବେ । ମାଲକାନଗିରି ଜିଲ୍ଲାରେ ଖିଲପଡିଥିବା ୩୧୮ ଶିକ୍ଷକ ପଦବି ଗୁଡିକ ଖୁବଶିଘ୍ର ପୁରଣ କରାଯାଇ ସ୍ୱାଭିମାନ ଅଚଂଳରେ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଶିକ୍ଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବାସଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । ଏହି ଅବସରେ କାଲିମେଳା ବ୍ଲକ ମାଙ୍ଗିପାଲି ବିଦ୍ୟାଳୟର ଶିକ୍ଷକ ରମେଶଚନ୍ଦ୍ର ପ୍ରଧାନ,ଖଇରପୁଟ ବ୍ଲକର ଲମତାଗୁଡା ବିଦ୍ୟାଳୟର ରାଜେନ୍ଦ୍ର ରେଡୀ,ସିନ୍ଧିଗୁଡା ବିଦ୍ୟାଳୟର ନାରାୟଣ ମୁଦୁଲି,ଓରକେଲ ବିଦ୍ୟାଳୟର ରାଜକିଶୋର ମହାନ୍ତି,ଚାଲାଣଗୁଡା ନୁଆଗୁଡା ବିଦ୍ୟାଳୟର ସମରା ପଡିଆମି,ମାଶାଗୁଡା ବିଦ୍ୟାଳୟର ଚିତରଂଜନ ପାଲ,ବାଲିମେଳା ହାଇସ୍କୁଲର ଅଜୟକୁମାର ନାୟକ, ସ୍ୱାଭିମାନ ଅଚଂଳ ଯନ୍ତ୍ରୀପ୍ରାଥମିକ ବିଦ୍ୟାଳୟର ଉମାଶଙ୍କର ଦାଶ,ନିଳାପାରି ବିଦ୍ୟାଳୟର ଯମୁନା ମାଝୀ,ତଣ୍ଡାପାଲି ବିଦ୍ୟାଳୟର ଗଣେଶ ମଜୁମଦାର,ମାଥିଲି ବିଦ୍ୟାଳୟର ବ୍ରଜ କିଶୋର ଦାସ,ସୁପୁଲର ବିଦ୍ୟାଳୟର ଶୁଶ୍ରୀ ସୁନିତା ମାଡକାମି ୧୨ଜଣ କୃତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସେମାନଙ୍କ ଉଲେଖ୍ୟନିୟ କାର୍ଯ୍ୟପାଇଁ ମନ୍ତ୍ରୀ ସମ୍ମାନିତ କରିବାସହିତ ମାନପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରିଥିଲେ । ଏହି କାର୍ଯକ୍ରମରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନି ମୁଦୁଲି,ଆଡମାରାବା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା ମଚଂ ପରିଚାଳନା କରିଥିଲେ ।

ସଭାଆରମ୍ଭରେ ମନ୍ତ୍ରୀ ଓ ଅତିଥି ମାନେ ଠିଆ ହୋଇ ସର୍ଦ୍ଦାରବଲ୍ଲଭବାଇ ପଟେଲଙ୍କ ଜୟନ୍ତୀ ଅବସରେ ଜାତୀୟ ଏକତା ଦିବସରେ ଏକ ଭାରତ, ଶ୍ରେଷ୍ଠ ଭାରତ ଗଠନର ସପଥ ପାଠ କରିଥିଲେ । ସଭାକାର୍ଯ୍ୟ ଶେଷ ହେବାପରେ ମନ୍ତ୍ରୀ ଓ ବିଧାୟକ ଛାତ୍ର ଛାତ୍ରୀ ମାନଙ୍କ ମେଳରେ ମଧ୍ୟାହ୍ନ ଭୋଜନ ରେ ଡାଲମାଭାତ ଖାଇ ଆନନ୍ଦିତ ହୋଇଥିଲେ । ଏହି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ଖିରାଦ୍ଧିବେହେରା,ଡିଏଫଓ ପ୍ରଦୀପ ଦେବଦାସ ମିରସେ,ଚିତ୍ରକୋଣ୍ଡା ବିଡିଓ ଲରୀ ମନ ଖରସେଲ,ତହସିଲଦାର ଟି.ପଦ୍ମନାଭ ଦୋରା,ବ୍ଲକ ଶିକ୍ଷାଅଧିକାରୀ ଶଶିଭୁଷଣ ମିଶ୍ର,ଗଙ୍ଗାଧର ପଟନାୟକ,ଚିତରଜଂନ ପାଣ୍ଡେ,ହିମାଶୁସେଖର ସମରଥ,ଶିକ୍ଷକପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଶୈଳଜା ମିଜଂ, ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଜଂନ କୁମାର ଚୌଧୁରୀ, କୁଡୁମାଲୁଗୁମ୍ମା,ଖଇରପୁଟ ବ୍ଲକର ସିଆରସିସି, ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ମନ୍ତ୍ରୀ ଚିତ୍ରକୋଣ୍ଡା ରାଜସ୍ୱ ବିଭାଗର ବିଶ୍ରାମଗୃହ ଓ ବନବିଭାଗର ଇକୋପାର୍କରେ କଟେଜ କୁ ଉଦଘାଟନ କରିଥିଲେ । ଚିତ୍ରକୋଣ୍ଡା ଜଳସେଚନ ବିଭାଗର ଆଇବି ରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଶିକ୍ଷାଅଧିକାରୀ, ପୁର୍ତଗୁୃହନିର୍ମାଣ ନିର୍ବାହି ଯନ୍ତ୍ରୀ ଓ ଅନ୍ୟାନ ଅଧିକାରୀ ମାନେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହିତ ସ୍ୱାଭିମାନ ଅଚଂଳରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ସହ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସ୍ୱାଭିମାନ ଅଚଂଳର ଆରଏଏସି ୧୨ ହାଇସ୍କୁଲ,ପଣସଗନ୍ଧି ବିଦ୍ୟାଳୟ କୁ ମନ୍ତ୍ରୀଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଥିଲେ ମଧ୍ୟ ସମୟର ଅଭାବରୁ ସେଠାକୁ ମନ୍ତ୍ରୀ ପରିଦର୍ଶନରେ ଯାଇପାରିନଥିବାର ଜଣାପଡିଛି । ମାଓପ୍ରବଣ ସ୍ୱାଭିମାନ ଅଚଂଳକୁ ପ୍ରଥମ ଥରକରି ଶିକ୍ଷାମନ୍ତ୍ରୀ ଗସ୍ତ କରିଥିବାରୁ ତାଙ୍କୁ ଦେଖିବାପାଇଁ ସ୍ୱାଭିମାନ ଅଚଂଳର ଶତାଧିକ ମହିଳା ଓ ପୁରଷ ମାନେ ସଭାସ୍ଥଳରେ ପହଁଚି ଯାଇଥିଲେ । ଏହା ମାଓପ୍ରବଣ ଅଚଂଳ ହୋଇଥିବାରୁ ଚିତ୍ରକୋଣ୍ଡା ଏସଡିପିଓ ମାନସରଜଂନ ବାରିକ,ଚିତ୍ରକୋଣ୍ଡା ଥାନାଅଧିକାରୀ ଯୁଗଳକିଶୋର ଶବର,ପାପରମେଟଲା ଥାନା ଅଧିକାରୀ ଲକ୍ଷ୍‌ମୀ ନରାୟଣ ମୁଦୁଲି ଙ୍କ ନେତୃତ୍ୱରେ ବିଏସଏଫ ଯବାନ ମାନେ ସ୍ୱାଭିମାନଅଚଂଳ ରେ ସୁରକ୍ଷାବ୍ୟବସ୍ଥା ପ୍ରତି ଗରୁତ୍ୱଦେଇ ସଭାସ୍ଥଳ ରେ ପୁଲିସ ଓ ବିଏସଏଫ ଯବାନ ମାନେ କଡା ପ୍ରହରା ଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.