Home କେନ୍ଦୁଝର ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଉଠାଇନେଲା ପୁଲିସ

ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଉଠାଇନେଲା ପୁଲିସ

12

ହାଟଡ଼ିହି, ୧୪ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ଚୋରଗଡିଆ ଗ୍ରାମର ଶ୍ରୀଧର ନାୟକ ନାମକ ଜଣେ ଯୁବକକୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କୋରେଇ ପୁଲିସ ରାତି ଅଧରେ ଉଠାଇ ନେଇଛି । ଗତ କିଛିଦିନ ତଳେ କୋରେଇ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବଦ କରିବା ସହିତ କିଛି ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା । ସେମାନଙ୍କ ଠାରୁ ସୁଚନା ପାଇ ଗତକାଲି ରାତିରେ ନନ୍ଦିପଦା ପୁଲିସ ସହଯୋଗରେ ଚୋରଗଡିଆ ଗ୍ରାମର ଉକ୍ତ ଯୁବକଙ୍କ ଘରେ ଚଢ଼ାଉକରି ଅଳ୍ପ ପରିମାଣରର ଗଞ୍ଜେଇ ଜବଦ କରିବା ସହିତ ଉକ୍ତ ଯୁବକକୁ ଉଠାଇ ନେଇଥିବା ସୁଚନା ମିଳିଛି । ସେହିପରି ଶାଳଣିଆଁ ଅଞ୍ଚଳର ଜଣେ ମହିଳା ମଧ୍ୟ ଏହି ଗଞ୍ଜେଇ ଚୋରା କାରବାରରେ ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.