Home କେନ୍ଦୁଝର ବଢୁଛି ଶିଶୁର ମୁଣ୍ଡ, ଚିନ୍ତାରେ ପରିବାର

ବଢୁଛି ଶିଶୁର ମୁଣ୍ଡ, ଚିନ୍ତାରେ ପରିବାର

38

ହାଟଡ଼ିହି, ୧୪ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ଗ୍ରାମରେ ଗୋଟିଏ ଦେଢ଼ ବର୍ଷ ଶିଶୁର ମୁଣ୍ଡଟି ଅସ୍ୱାଭିକ ଭାବେ ବୃଦ୍ଧି ପାଉଥିବାରୁ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ରମାକାନ୍ତ ପାତ୍ର ଓ ମିଲି ପାତ୍ର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ମୁଲ ମଜୁରୀ ଲାଗିଲେ ପରିବାର ଚଲେ । ରମାକାନ୍ତ ବି ଗୋଟିଏ ଆଖି ହରାଇ ବସିଛନ୍ତି । ଏବେ ତାଙ୍କର ଏକ ଦେଢ଼ବର୍ଷର ଶିଶୁର ମୁଣ୍ଡଟି ଏବେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ୫ମାସ ପୁର୍ବେ ହଠାତ ଶିଶୁର ମୁଣ୍ଡଟି ଅସ୍ୱଭାବିକ ବୃଦ୍ଧି ପାଇବାରୁ ତାକୁ ୩ମାସ ତଳେ କଟକ ବଡ ଡାକ୍ତରଖାନାକୁ ନେଇଥିଲେ । ମାତ୍ର କରୋନା ପାଇଁ କୌଣସି ଚିକିତ୍ସା ହୋଇପାରିବ ନାହିଁ ପରେ ଆଣିବ ବୋଲି କହିଥିଲେ । ମାତ୍ର ଶିଶୁଟିର ଅବସ୍ଥା ଏବେ ଦିନକୁ ଦିନ ଶୋଚନୀୟ ହୋଇପଡିଥିବାବେଳେ ଆର୍ôଥକ ଅନାଟନ କାରଣରୁ ପୁଅକୁ ଡାକ୍ତରଖାନା ନେଇ ପୁନର୍ବାର ଦେଖାଇବା ସମ୍ଭବପର ହୋଇନାହିଁ । ଘରେ ଜମିବାଡି ବି ନାହିଁ ବିକି ଭାଙ୍ଗି ଡାକ୍ତରଖାନା ଯିବେ । ତେଣୁ କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ମିଳିଲେ ପୁଅକୁ ଅପରେସନ କରାଇ ଭଲକରାଇ ପାରନ୍ତେ ବୋଲି ରମାକାନ୍ତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.