Home କେନ୍ଦୁଝର ବରାଙ୍ଗରେ ମା ବାଲୁକେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ, ବନ୍ତ ଚମ୍ପିୟନ

ବରାଙ୍ଗରେ ମା ବାଲୁକେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ, ବନ୍ତ ଚମ୍ପିୟନ

13

ହାଟଡ଼ିହି, ୧୪ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବରାଙ୍ଗ ଗ୍ରାମରେ ମା ବାଲୁକେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ସହିତ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାହୁ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ଗୌରାଙ୍ଗ ରଣା, ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପୁସ୍କୁରା, ରମ୍ପାସ, ଢ଼େଙ୍କା, ତରାପୁର, କୁମ୍ଭକରାଳ, ବନ୍ତ ପ୍ରଭୃତି ଭଲ୍ଲିଟିମ ଗୁଡିକ ଯୋଗଦେଇଥିଲେ । ଫାଇନାଲ ମ୍ୟାଚରେ ବନ୍ତ ଟିମ ତରାପୁରକୁ ୩-୨ ପରାସ୍ତ କରି ଚମ୍ପିୟନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସରପଞ୍ଚ ଆଶାଲତା ସାହୁ, ସମିତିସଭ୍ୟ ପ୍ରଭାତ ରାଉତ, ସମାଜସେବୀ ସୁଧାଶୁଂ ମଲ୍ଲିକ, ପଞ୍ଚାୟତ ବିଜେଡି ସଭାପତି ଚଣ୍ଡୀ ପ୍ରସାଦ ରାଉତ, ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ, ପୁର୍ବତନ ସରପଞ୍ଚ ଅଲେଖ ଚନ୍ଦ୍ର ବଳ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଦେବେନ୍ଦ୍ର ଖୁଣ୍ଟିଆ ମାନସ ଜେନା ରେଫେରି ଭାବେ ଖେଳ ପରିଚାଳନା କରିଥିଲେ । ରାଜକିଶୋର ଜେନା, ଅଶୋକ ମଲ୍ଲିକ, ରାଧାଗୋବିନ୍ଦ ଜେନା, ମକୁନ୍ଦ ବଳ, ମାନସ ଜେନା, ପର୍ଶୁରାମ ଜେନା, ବିନୋଦ ଜେନା, ଅଲେଖ ଜେନା, ମଣି ଚରଣ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.