Home କନ୍ଧମାଳ କ-ନୂଆଗାଁ ତହସିଲରେ ଦଲାଲ ସକ୍ରିୟ:୪୦ ହଜାର ଠକେଇ ନେଇ ଥାନାରେ ଏତଲା

କ-ନୂଆଗାଁ ତହସିଲରେ ଦଲାଲ ସକ୍ରିୟ:୪୦ ହଜାର ଠକେଇ ନେଇ ଥାନାରେ ଏତଲା

128

ବାଲିଗୁଡ଼ା, ୩୧/୮, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଅଧିବାସୀ ଅଭିନନ୍ଦନ ପ୍ରଧାନ ଙ୍କ ଝିଅ ଅନୁସୂୟା ପ୍ରଧାନକୁ ରାଇକିଆ ବ୍ଲକ ବେରେଡାକିଆ ସେବାଶ୍ରମ ରେ ନାମ ଲେଖାଇବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ପଡୁଥିବା ଯୋଗୁ ସେ ଆବଶ୍ୟକ ଜମି ପଟ୍ଟା ଜନ ସେବା କେନ୍ଦ୍ର ଜରିଆରେ କ-ନୂଆଗାଁ ତହସିଲ କାର୍ଯ୍ଯାଳୟରେ ପ୍ରଦାନ କରିଥିଲେ। ଏହାପରେ ଗୁଞ୍ଜିବାଡ଼ି ଆର୍ ଆଇ ଆବଶ୍ୟକ କାଗଜ ପତ୍ର ନଥିବା ଦର୍ଶାଇ ଜାତିଗତ ପ୍ରମାଣପତ୍ର ଅଭିନନ୍ଦନ ପ୍ରଧାନକୁ ଦେଇନ ଥିଲେ। ପୂର୍ବରୁ ଏହି କାଗଜ ପତ୍ର ରେ ଜାତିଗତ ପ୍ରମାଣ ପତ୍ର ମିଳୁଥିବା କହି ଥିଲେବି ଆର ଆଇ ଶୁଣିନଥିଲେ। ଏହା ପରେ ଏକ ଦଲାଲ୍ ସୁଶାନ୍ତ ଦିଗାଲ ତହସିଲ୍ କାର୍ଯ୍ୟାଳୟ ରେ ମୋର ଚି଼ହ୍ନ। ପରିଚୟ ଅଛି ଟଙ୍କା ଖର୍ଚ୍ଚ କଲେ ଜାତିଗତ ପ୍ରମାଣପତ୍ର ସାଙ୍ଗେସାଙ୍ଗେ ମିଳିବ, ତାହା ପରେ ତୁମ ଝିଅକୁ ହଷ୍ଟେଲ୍ ରେ ପଢାଇ ପାରିବ କହି ସମୁଦାୟ ୪୦ ହଜାର ଟଙ୍କା ମାଗି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦଲାଲ୍ ଜଣଙ୍କ ଜାତି ଗତ ପ୍ରମାଣ ପତ୍ର ଦେଇ ନଥିଲେ କିମ୍ବା ଚାଳିଶ ହଜାର ଟଙ୍କା ଫେରେଇ ନଥିଲେ। ଏଭଳି ଠକାମୀର ଶିକାର ହୋଇଥିବା ନେଇ କ-ନୂଆଗାଁ ଥାନାରେ ଅଭିନନ୍ଦନ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଝିଅ ରାଇକିଆ ଚୂନୁ କୁଲି ସାହିରେ ଥିବା ସମ୍ପର୍କୀୟ ଘରେ ରହି ବେରେଡାକିଆ ଆଶ୍ରମ ସ୍କୁଲ ରେ ଦ୍ଵିତୀୟ ଶ୍ରେଣୀ ପଢୁ ଅଛି। ତହସିଲ ପକ୍ଷରୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଗଲେ ସେବାଶ୍ରମରେ ରହି ସରକାରଙ୍କ ସମସ୍ତ ସହାୟତା ପାଇ ପଢ଼ିପାରିବ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶିଶୁଟି ର ଶିକ୍ଷାଦାନ ପାଇଁ ଆବଶ୍ୟକ ଜାତିଗତ ପ୍ରମାଣପତ୍ର ଦେବା ସହ ଦଲାଲ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀ ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.